ଆର୍ଯ୍ୟନଙ୍କ କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ କରୁଥିବା ୨ ଏନସିବି ଅଧିକାରୀ ନିଲମ୍ବିତ

ମୁମ୍ବାଇ: ଗତବର୍ଷ ଚର୍ଚ୍ଚାରେ ରହିଥିଲେ ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ। ଆର୍ଯ୍ୟନଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରି ଜେଲ ପଠାଇଥିଲା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି)। ଏବେ ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାର ତଦନ୍ତ କରୁଥିବା ୨ଏନସିବି ଅଧିକାରୀ ବିଶ୍ବ ବିଜୟ ସିଂହ ଓ ଆଶିଷ ରଞ୍ଜନ ପ୍ରସାଦ ନିଲମ୍ବିତ ହୋଇଥିବା ଜଣାପଡ଼ିଛି। ଅନ୍ୟ ଏକ ମାମଲା ପାଇଁ ତାଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଇଥିବା କୁହାଯାଉଛି।

ସୂତ୍ରରୁ ପ୍ରକାଶ ଯେ ଏନସିବିର ଭିଜିଲାନ୍ସ ଟିମ ଦ୍ୱାରା ଜାରି ଅନୁସନ୍ଧାନରେ ଜଣାପଡ଼ିଥିଲା ଯେ ଉଭୟ ‘ସନ୍ଦେହଜନକ କାର୍ଯ୍ୟକଳାପ’ରେ ଲିପ୍ତ ରହିଛନ୍ତି। ଏହି ଅନୁସନ୍ଧାନ ପରେ ଦୁହିଁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ବିଶ୍ବ ବିଜୟ ସିଂହ କ୍ରୁଜ୍ ଡ୍ରଗ୍ସ ମାମଲାର ତଦନ୍ତକାରୀ ଅଧିକାରୀ ଥିବାବେଳେ ପ୍ରସାଦ ମଧ୍ୟ ଏହି ମାମଲାରେ କାର୍ଯ୍ୟ କରୁଥିଲେ। ନିଲମ୍ବନ ହେବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ। କ୍ରୁଜ୍ ଡ୍ରଗ୍ ମାମଲାରେ ସେମାନଙ୍କ ଭୂମିକା ପାଇଁ ସେମାନଙ୍କୁ ନିଲମ୍ବିତ କରାଯାଇଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ସମ୍ବନ୍ଧିତ ଖବର