ମରାଠା ସଂଗଠନ ସମ୍ଭାଜି ବ୍ରିଗେଡ୍ ସହ ଗଠବନ୍ଧନ କଲେ ଉଦ୍ଧବ ଠାକରେ

ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ବିଦ୍ରୋହୀ ହେବା ପରେ ନିଜର ମୁଖ୍ୟମନ୍ତ୍ରୀ ପଦ ହରାଇଥିଲେ ଉଦ୍ଧବ ଠାକରେ। ସିନ୍ଦେ ନିଜର ଅନ୍ୟ ଦଳ ଗଠନ ନକରି ଶିବସେନାକୁ ନିଜର ଦଳ କରିବା ସହ ବିଜେପି ସହିତ ମେଣ୍ଟ କରିଥିଲା। ଏବେ ଶିବସେନା କାହାର ସେ ଲଢ଼େଇ ଉଦ୍ଧବ ଓ ସିନ୍ଦେଙ୍କ ମଧ୍ୟରେ ଚାଲିଥିବା ବେଳେ ମରାଠା ସଂଗଠନ ସମ୍ଭାଜି ବ୍ରିଗେଡ୍ ସହ ଗଠବନ୍ଧନ କରିଛନ୍ତି ଉଦ୍ଧବ ଠାକରେ। ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଶୁକ୍ରବାର ଦିନ ମରାଠା ସଂଗଠନ ସମ୍ଭାଜି ବ୍ରିଗେଡ ସହ ଦଳର ଗଠବନ୍ଧନ ଘୋଷଣା କରିଛନ୍ତି।

ତାଙ୍କର ପୂର୍ବତନ ସହଯୋଗୀ ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ କିଛି ଏଭଳି ଲୋକ ଯେଉଁମାନେ ଆଞ୍ଚଳିକ ଦଳ ତଥା ଆଞ୍ଚଳିକ ପରିଚୟ ନଷ୍ଟ କରିବାକୁ ଗଣତନ୍ତ୍ର ବୋଲି ଭାବନ୍ତି। ବିଜେପି ଆରଏସସର ଆଦର୍ଶକୁ ଅନୁସରଣ କରୁ ନ ଥିବାରୁ ଠାକରେ ଭାରତୀୟ ଜନତା ପାର୍ଟି (ବିଜେପି)କୁ ସମାଲୋଚନା କରିଛନ୍ତି ଏବଂ କହିଛନ୍ତି ଯେ ମରାଠା ସଂଗଠନ ସମ୍ଭାଜି ବ୍ରିଗେଡରେ ଆଦର୍ଶ ପାଇଁ ଲଢ଼ୁଥିବା ଲୋକ ଅଛନ୍ତି।

ତେବେ ଉଦ୍ଧବଙ୍କଠାରୁ ମୁଖ୍ୟମନ୍ତ୍ରୀ ପଦ ଛଡ଼ାଇବା ପରେ ସିନ୍ଦେ ନିଜ କ୍ୟାବିନେଟ ସମ୍ପ୍ରସାରଣ କରିଥିଲେ। ସିନ୍ଦେ ନଗର ଉନ୍ନୟନ, ସାଧାରଣ ପ୍ରଶାସନ, ସୂଚନା ଏବଂ ପ୍ରଯୁକ୍ତି, ସୂଚନା ଏବଂ ଲୋକସମ୍ପର୍କ ଭଳି ବିଭାଗର ଦାୟିତ୍ବ ନେବା ସହ ଅନ୍ୟ ମନ୍ତ୍ରୀମାନଙ୍କୁ ଦିଆଯାଇନଥିବ‌ା ବିଭାଗର ପରିଚାଳନା କରୁଛନ୍ତି। ଏହା ସହ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାବିସଙ୍କୁ ଗୃହ ଏବଂ ଅର୍ଥ ବିଭାଗର ଦାୟିତ୍ବ ଦିଆଯାଇଛି।

ସମ୍ବନ୍ଧିତ ଖବର