ବିତର୍କ ପାଇଁ ର‌ାହୁଲଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଆହ୍ବାନ, ଏନ୍‌ଡିଏ ଶାସନରେ ଚାଷୀଙ୍କୁ ଦୁଇ ଗୁଣ ଏମ୍‌ଏସ୍‌ପି ମିଳୁଛି

ନୂଆଦିଲ୍ଲୀ: ନୂଆ କୃଷି ଆଇନ ସଂକ୍ରାନ୍ତରେ ବିତର୍କ ପାଇଁ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଖୋଲା ଆହ୍ବାନ ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଜାଭଡେକର ଅଭିଯୋଗ କରିଛନ୍ତି ଯେ, କିଛି ଚାଷୀ କେନ୍ଦ୍ରୀୟ ଆଇନ ବିରୋଧରେ ଆନ୍ଦୋଳନ କରୁଛନ୍ତି। ସେମାନେ ସେମାନଙ୍କ ରାଜନୈତିକ ଗୁରୁଙ୍କ ଦ୍ବାରା ଭୁଲ୍‌ ବାଟରେ ଯାଉଛନ୍ତି। ରାହୁଲ ଗାନ୍ଧିଙ୍କୁ କଡ଼ା ସମାଲୋଚନା କରି ଜାଭଡେକର କହିଛନ୍ତି, ରାହୁଲ ପ୍ରତି ୧୫ ଦିନରେ ଥରେ ଜନସାଧାରଣଙ୍କୁ ଦେଖାଦେଉଛନ୍ତି। ନୂଆ କୃଷି ଆଇନ ସଂକ୍ରାନ୍ତରେ ଆଲୋଚନା ପାଇଁ ସେ ରାହୁଲଙ୍କୁ ଆହ୍ବାନ କରିଛନ୍ତି। ଆଜି ଚେନ୍ନାଇ ନିକଟସ୍ଥ ମରାଇମଲାଇ ନଗର ନିକଟରେ ଏକ ବୈଠକରେ ଉଦ୍‌ବୋଧନ ‌ଦେଇ ଜାଭଡେକର କହିଛନ୍ତି, ପଂଜାବ କୃଷକମାନେ ଉପା ଶାସନ ସମୟରେ ଯେତିକି ଏମ୍‌ଏସ୍‌ପି ପାଉଥିଲେ ଏନ୍‌ଡିଏ ଶାସନ ସମୟ‌ରେ ତା’ର ୨ ଗୁଣା ଏମ୍‌ଏସ୍‌ପି ପାଉଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ସୀମାରେ ଚାଲିଥିବା ଚାଷୀ ଆନ୍ଦୋଳନ ଆଜି ୩୦ ଦିନରେ ପହଞ୍ଚିଛି ଏବଂ ସମାଧାନର କୌଣସି ପନ୍ଥା ବାହାରୁନାହିଁ।

ସମ୍ବନ୍ଧିତ ଖବର