ୟୁପିଏ ସରକାର ରୋକିଥିଲେ ସର୍ଜିକାଲ ଷ୍ଟ୍ରାଇକ୍‌!

ନୂଆଦିଲ୍ଲୀ ମୁମ୍ବାଇ ଆକ୍ରମଣ ପରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍‌ କରିବାକୁ ପ୍ରସ୍ତୁତ ଥିଲା। କିନ୍ତୁ ତତ୍କାଳୀନ ୟୁୁପିଏ ସରକାର ଏଥିପାଇଁ ଅନୁମତି ଦେଇନଥିଲେ। ଏଭଳି ଚାଞ୍ଚଲ୍ୟକର ବୟାନ ରଖିଛନ୍ତି ଅବସରପ୍ରାପ୍ତ ଏୟାର ଚିଫ୍‌ ମାର୍ଶାଲ ଫଲି ହୋମି ମେଜର। ଗତବର୍ଷ ସେପ୍ଟେମ୍ବର ୨୯ ଉରି ଆକ୍ରମଣର ମାତ୍ର ୧୧ ଦିନ ପରେ ଭାରତୀୟ ସେନା ସଫଳତାର ସହ ଚଳାଇଥିବା ସର୍ଜିକାଲ ଷ୍ଟ୍ରାଇକ୍‌କୁ କଂଗ୍ରେସ କଡ଼ା ସମାଲୋଚନା କରି ଏହାର ପ୍ରମାଣ ମାଗିଥିଲା ବେଳେ ୨୦୦୮ ମସିହାର ଘଟଣାକୁ ସାମନାକୁ ଆଣି ପ୍ରାକ୍ତନ ବାୟୁସେନାମ ମୁଖ୍ୟ କଂଗ୍ରେସର କଂଗ୍ରେସ ଅପାରଗତାକୁ ପଦାରେ ପକାଇ ଦେଇଛନ୍ତି।
ଏକ ଜାତୀୟ ଗଣମାଧ୍ୟମ ସହ ସାକ୍ଷାତକାର ବେଳେ ମେଜର କହିଛନ୍ତି ଯେ, ୨୦୦୮ ସେପ୍ଟେମ୍ବର ୨୬ ମୁମ୍ବାଇ ଆକ୍ରମଣ ପରେ ପାକ୍‌ ଅଧିକୃତ କାଶ୍ମୀରରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରିବା ପାଇଁ ବାୟ୍ରୁସେନା ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିଲା। ଏଥି ପାଇଁ ସେନା ପାଖରେ ମାତ୍ର ୨୪ ଘଣ୍ଟାର ମହଲତ ଥବା ବେଳେ ଯୋଜନାବଦ୍ଧ କାର୍ଯ୍ୟାନ୍ଵୟନ ପାଇଁ ସରକାରଙ୍କୁ ପ୍ରସ୍ତାବ ମଧ୍ୟ ଦିଆଯାଇଥିଲା। ମାତ୍ର ତତ୍କାଳୀନ କଂଗ୍ରେସ ନେତୃତ୍ୱାଧୀନ ଉପା ସରକାର ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ଅପରପକ୍ଷେ, ଏହାର ୨ ଦିନ ପରେ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ତିନି ସେନା ମୁଖ୍ୟଙ୍କୁ ଡାକି ସୁରକ୍ଷା ସମ୍ବନ୍ଧୀୟ ଆଲୋଚନା କଲେ। ମେଜରଙ୍କ ଏହି ବୟାନ୍‌ ପରେ କଂଗ୍ରେସ ପ୍ରତି ସମାଲୋଚନାକୁ ବିଜେପି ଆହୁରି ଶାଣିତସ କରିଛି। କଂଗ୍ରେସର ପାକିସ୍ତାନ ପ୍ରେମ ଯୋଗୁଁ ସେମାନ ସର୍ଜିକାଲ ଷ୍ଟ୍ରାଇକ୍‌ କରାଇଦେଇନଥିଲେ ବୋଲି ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର