ନୂଆଦିଲ୍ଲୀ : ଆସନ୍ତା ୧୦ ଦିନ ମଧ୍ୟରେ ଅର୍ଥାତ ଜାନୁଆରି ୧୩-୧୪ ସୁଦ୍ଧା ଦେଶରେ କରୋନା ଟିକାକରଣ ଆରମ୍ଭ ହୋଇପାରେ ବୋଲି ଆଜି କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୂଷଣ ସୂଚନା ଦେଇଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍ବାସ୍ଥ୍ୟ ମନ୍ତ୍ରାଳୟର ଏକ ସାମ୍ବାଦିକ ସମ୍ମିଳନୀ ଅବସରରେ ସେ କହିଛନ୍ତି ଯେ ଦେଶରେ ଉପଲବ୍ଧ ଟିକାଗୁଡ଼ିକ ଶରୀରରେ ଆଣ୍ଟିବଡି ବା ରୋଗପ୍ରତିରୋଧକ ଶକ୍ତି ସୃଷ୍ଟି କରିବ । ଏଣୁ ଭୂତାଣୁରେ ପରିବର୍ତ୍ତନ ଟିକାର କାର୍ଯ୍ୟକାରିତା ଉପରେ ସେପରି କିଛି ପ୍ରଭାବ ପକାଇବ ନାହିଁ ।
ସେ କହିଛନ୍ତି ଯେ ଭାରତରେ ଅନୁମତିପ୍ରାପ୍ତ ଟିକା ଦୁଇଟି ସମ୍ପର୍କରେ ଯଥେଷ୍ଟ ତଥ୍ୟ ସରକାରଙ୍କ ପାଖରେ ରହିଛି । ସେସବୁ ତଥ୍ୟରୁ ଜଣାପଡ଼ିଛି ସେ ଏହି ଟିକାଗୁଡ଼ିକ ବେଶ ନିରାପଦ । ଏସବୁ ଟିକାଗୁଡ଼ିକର ରପ୍ତାନି ଉପରେ ମଧ୍ୟ ସରକାର କୌଣସି କଟକଣା ଲଗାଇନାହାନ୍ତି ।
ଭାରତରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇଚାଲିଛି । ଦେଶରେ ଏବେ ଅଢେଇ ଲକ୍ଷରୁ କମ ସଂଖ୍ୟକ ସକ୍ରିୟ କରୋନା ଆକ୍ରାନ୍ତ ଅଛନ୍ତି ଓ ସେମାନଙ୍କ ମଧ୍ୟରୁ ୪୪ ପ୍ରତିଶତ ହସପିଟାଲରେ ଚିକିତ୍ସିତ ହେଉଛନ୍ତି ଓ ୫୬ ପ୍ରତିଶତ ଆକ୍ରାନ୍ତ ଘରେ ଚିକିତ୍ସିତ ହେଉଛନ୍ତି । ମୋଟାମୋଟି ଭାବେ ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ଉପରେ କରୋନା ମହାମାରୀର ଚାପ ହ୍ରାସ ପାଉଛି ବୋଲି ସେ କହିଛନ୍ତି ।