ଖାଲି ମନୋରଞ୍ଜନ ନୁହେଁ ସଚେତନତା ପାଇଁ ବି ବ୍ୟବହାର ହେଲା ପ୍ରିୟାଙ୍କ ଆଖିମରା ଫଟୋ, ଟ୍ରାଫିକ୍‌ ପୋଷ୍ଟର୍‌ରେ ଓ୍ଵିଙ୍କ୍‌ କୁଇନ୍‌

ଭଦୋଦରା: ଭଦୋଦରା ସହର ପୁଲିସ୍‌ ନିକଟରେ ଏକ ଟ୍ରାଫିକ୍‌ ଆଡ୍‌ଭାଇଜରି ପୋଷ୍ଟର ଜାରି କରିଛି। ପୁଲିସ୍‌ ଜାରି କରିଥିବା ଏହି ପୋଷ୍ଟର୍‌ଟି ଟୁଇଟର୍‌ରେ ଅପ୍‌ଲୋଡ୍‌ ହେବା ପରେ କୁଢ଼ କୁଢ଼ ପ୍ରତିକ୍ରିୟା ଦେଖିବାକୁ ମିଳିଛି। ତେବେ , ଟ୍ରାଫିକ୍‌ ନିୟମ ସଂପର୍କିତ ଏହି ପୋଷ୍ଟର୍‌ଟିରେ ମାଲାୟାଲାମ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର୍‌ଙ୍କୁ ବ୍ୟବହାର କରାଯାଇଛି। ପୋଷ୍ଟରଟିରେ ପ୍ରିୟାଙ୍କ ଫଟୋ ରଖାଯାଇ ଲେଖିଯାଇଛି, ‘ଗୋଟାଏ ଥର ଆଖି ପତା ପଡ଼ିବା ଭିତରେ ହୋଇପାରେ ଦୁର୍ଘଟଣା। ଅନ୍ୟମନସ୍କ ନ ହୋଇ ଯତ୍ନବାନ ହୋଇ ଗାଡ଼ି ଚଳାଅ।’ ଏ ସଂପର୍କରେ ପଚରା ଯିବାରୁ ଭଦୋଦରା ପୁଲିସ୍‌ ଅଫିସର୍‌ କହିଛନ୍ତିି, ‘ନାଗରିକମାନଙ୍କ ସଂଯୋଗରେ ରହିବାର ଏହା ଏକ ଉତ୍ତମ ମାଧ୍ୟମ। କିଛି ଗୋଟାଏ ବୁଝାଇବା ପାଇଁ ସେହି ସମୟର ଭାଷା ଏବଂ ସଂକେତ ବ୍ୟବହାର କଲେ ବେଶି ଫଳପ୍ରଦ ହୋଇଥାଏ।’

ଉଲ୍ଳେଖଯୋଗ୍ୟ, ନିକଟରେ କିଛି ଦିନ ତଳେ ଇଣ୍ଟର୍‌ନେଟ୍‌ରେ ଛାଇ ଯାଇଥିଲେ ମାଲାୟାଲାମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଭ୍ୟାରିୟର୍‌। ମାତ୍ର ୨୬ ସେକେଣ୍ଡ୍‌ର ତାଙ୍କର ଏକ ଆଖିମରା ଭିଡିଓ ଭାଇରାଲ୍‌ ହେବା ପରେ ପୂରା ଦେଶରେ ଚର୍ଚ୍ଚା ପାଲଟି ଯାଇଥିଲେ। ମାତ୍ର ଗୋଟାଏ ଦିନରେ ପାଲଟିଗଲେ ‘ନ୍ୟାସ୍‌ନାଲ୍‌ କ୍ରାସ୍‌’। ପ୍ରିୟାଙ୍କର ଲୋକପ୍ରିୟତା ଦେଖି ଭଦୋଦରା ପୁଲିସ୍‌ ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଛି।

ସମ୍ବନ୍ଧିତ ଖବର