ଚାଟିଂରେ ମଗ୍ନ ବିରାଟ-ଅନୁଷ୍କା

ମୁମ୍ବାଇ,: ବିରାଟ କୋହଲି ଓ ଅନୁଷ୍କା ଶର୍ମା ନିକଟରେ ଦୀପାବଳି ପର୍ବ ପାଳନ କରିବା ପରେ ଘରକୁ ଫେରିଛନ୍ତି। ତେବେ ଫେରିବା ବେଳେ ମୁମ୍ବାଇ ବିମାନବନ୍ଦରରେ ସେମାନଙ୍କୁ ପାପାରାଜିମାନେ ଅନୁସରଣ କରିଥିଲେ। ଏହି ସମୟରେ ଉଭୟ ଚାଟିଂରେ ମଜ୍ଜିଥିବା ସେମାନେ ଦେଖିବାକୁ ପାଇଥିଲେ। ଗୋଟିଏ ମୁହୂର୍ତ୍ତ ବି ସେମାନେ ଗପସପ ବନ୍ଦ କରିନଥିଲେ। ଏ ନେଇ ଏକ ଭିଡିଓ ଏବେ ଭାଇରାଲ୍‌ ହେବାରେ ଲାଗିଛି। ଭିଡିଓଟି ବେଶ୍‌ ମଜାଦାର ହୋଇଛି।

ସମ୍ବନ୍ଧିତ ଖବର