ଅବଧି ଶେଷ ପୂର୍ବରୁ ଫେରିବେ ଆଇଏଏସ୍‌ ବିଶାଲ ଗଗନ

ନୂଆଦିଲ୍ଲୀ : ୫ ବର୍ଷର କେନ୍ଦ୍ରୀୟ ଡେପୁଟେସନ୍‌ ଅବଧି ଶେଷ ପୂର୍ବରୁ ଓଡ଼ିଶା ଫେରିବେ ୧୯୯୮ ବ୍ୟାଚ୍‌ ଆଇଏଏସ୍‌ ବିଶାଲ ଗଗନ। ନିଯୁକ୍ତି ସଂପର୍କିତ କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଛନ୍ତି। ବର୍ତ୍ତମାନ ସେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରାଳୟର ଯୁଗ୍ମ ସଚିବ ଭାବେ ଅବସ୍ଥାପିତ। ବିଶାଲ ଗଗନ ଜାନୁଆରି ୨୦୨୦ରେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିଲେ। ସାଧାରଣତଃ ଦୁଇଟି କାରଣରୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଅବସ୍ଥାପିତ ଆଇଏଏସ୍‌ ଅଧିକାରୀ ଅବଧି ଶେଷ ପୂର୍ବରୁ ନିଜ କ୍ୟାଡର୍‌ ରାଜ୍ୟକୁ ଫେରିଆସିଥାନ୍ତି। ଏହି ଦୁଇଟି କାରଣ ହେଲା, ପ୍ରଥମତଃ ଅଧିକାରୀ ନିଜ କ୍ୟାଡର୍‌ ରାଜ୍ୟକୁ ଫେରିବାକୁ ଇଚ୍ଛା ପ୍ରକାଶ କରିବା ବା କେନ୍ଦ୍ର ସରକାର ଡେପୁଟେସନ୍‌ରେ ଥିବା ଅଧିକାରୀଙ୍କ ସେବାର ଆବଶ୍ୟକତା ନଥିବା ଦର୍ଶାଇବା। ବିଶାଲ ଗଗନଙ୍କ ‌କ୍ଷେତ୍ରରେ କେଉଁ କାରଣ ରହିଛି, ସେ ସମ୍ପର୍କରେ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର