ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା: କମଳନାଥଙ୍କ ଭଣଜାଙ୍କୁ ଅନ୍ତରୀଣ ଜାମିନ

ଇଡିଙ୍କ କାର୍ଯ୍ୟାଳୟରୁ ଚମ୍ପଟ ମାରିଥିଲେ

ନୂଆଦିଲ୍ଲୀ: ଅଗଷ୍ଟା ୱେ‌ଷ୍ଟଲାଣ୍ଡ୍‌ ଭିଭିଆଇପି ହେଲିକପ୍ଟର ଦୁର୍ନୀତି ମାମଲା ସହିତ ସଂପୃକ୍ତ ଏକ ମନି ଲଣ୍ଡ୍ରିଂ ମାମଲାରେ ଦିଲ୍ଲୀ କୋର୍ଟ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଳନାଥଙ୍କ ଭଣାଜା ରତୁଲ ପୁରୀଙ୍କୁ ଆଗୁଆ ଜାମିନ ମଂଜୁର କରିଛନ୍ତି। କିନ୍ତୁ କୋର୍ଟ ରତୁଲ ପୁରୀଙ୍କୁ ଜେରା ପାଇଁ ଇଡି ଅଫିସ୍‌ରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୨୯ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ପୁରୀ କହିଛନ୍ତି, ଦୁଇ ଜଣ ବିଜେପି ବିଧାୟକ ଗତ କିଛି ଦିନ ତଳେ ମଧ୍ୟପ୍ରଦେଶରେ ଶାସକ କଂ‌ଗ୍ରେସରେ ଯୋଗ ଦେଇଛନ୍ତି। ତାଙ୍କ ମାମୁ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିବାରୁ ଇଡି ତାଙ୍କୁ ଗିରଫ କରିବାକୁ ଚାହ‌ୁଛି । ତେଣୁ ସେ କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ। ପୁରୀ କହିଛନ୍ତି ‌ସେ ତଦନ୍ତରେ ସହଯୋଗ କରୁଛନ୍ତି ତେଣୁ ତାଙ୍କୁ ଗିରଫ କରିବାର କିଛି ଆବଶ୍ୟକତା ନାହିଁ। ପୁରୀ ଗତକାଲି ଇଡି ନିକଟରେ ଜେରା ପାଇଁ ହାଜର ହୋଇଥିବା ବେଳେ ଅଧାରୁ ଖସି ପଳାଇଥିବା ଅଭିଯୋଗ ହୋଇଥିଲା। ସେ ତଦନ୍ତକାରୀ ଅଧିକାରୀମାନଙ୍କୁ ଟଏଲେଟ୍‌ ଯିବାକୁ କହି ସେହି ସ୍ଥାନ ଛାଡ଼ି ଦେଇଥିଲେ ବୋଲି ଅଧିକାରୀମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର