ଧାରା ୩୭୦, ନାଗରିକତା ଆଇନ ସଂପର୍କିତ ନିଷ୍ପତ୍ତିରେ ଆମେ ଅଟଳ : ମୋଦୀ 

ବାରାଣାସୀ : ବାରାଣାସୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ କଶ୍ମୀରରୁ ଧାରା ୩୭୦ ଉଠିବା, ନାଗରିକତା (ସଂଶୋଧନ) ଆଇନ ଆଦି ପଦକ୍ଷେପ ଦେଶର ମଙ୍ଗଳ ପାଇଁ ଗ୍ରହଣ କରାଯାଇଛି । ପ୍ରବଳ ଚାପ ସତ୍ତ୍ୱେ ଆମେ ସରକାରଙ୍କ ଏହି ନିଷ୍ପତ୍ତିରେ ଅଟଳ ରହିଛୁ ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ନିଜ ନିର୍ବାଚନ କ୍ଷେତ୍ର ବାରାଣାସୀରେ ୧୨୦୦ କୋଟି ଟଙ୍କାର ପ୍ରାୟ ୩୦ଟି ପ୍ରକଳ୍ପର ଲୋକାର୍ପଣ କରିଛନ୍ତି । ଏହା ମଧ୍ୟରେ ରହିଛି ଭାରତୀୟ ଜନସଂଘର ପୂର୍ବତନ ସଦସ୍ୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୬୩ ଫୁଟ ଉଚ୍ଚ ପ୍ରତିମୂର୍ତ୍ତିର ଉନ୍ମୋଚନ । ଏହା ହେଉଛି ସାରା ଦେଶରେ ପଣ୍ଡିତ ଉପାଧ୍ୟାୟଙ୍କର ସର୍ବୋଚ୍ଚ ପ୍ରତିମୂର୍ତ୍ତି । ଏହି  ପ୍ରତିମୂର୍ତ୍ତିକୁ ଓଡ଼ିଶାର ପ୍ରାୟ ୩୦ ଜଣ ଶିଳ୍ପୀ ନିର୍ମାଣ କରିଛନ୍ତି । ସେହିପରି ଏହି ପ୍ରତିମୂର୍ତ୍ତି ନିକଟରେଥିବା ଦୀନଦୟାଲ ଉପାଧ୍ୟାୟ ସ୍ମାରକୀ କେନ୍ଦ୍ରକୁ  ପ୍ରାୟ ୨୦୦ ଶିଳ୍ପୀ ୧ ବର୍ଷ କାଳ କାର୍ଯ୍ୟକରି ନିର୍ମାଣ କରିଛନ୍ତି ।

ଏହାଛଡ଼ା ମୋଦୀ ୪୩୦ ଶଯ୍ୟା ବିଶିଷ୍ଟ ସୁପର ସ୍ପେଶିଆଲିଟି ହସପିଟାଲ ଓ ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟରେ ୭୪ ଶଯ୍ୟା ବିଶିଷ୍ଟ ୭୪ ଶଯ୍ୟା ବିଶିଷ୍ଟ ମନୋଚିକିତ୍ସା ହସପିଟାଲ ନିର୍ମାଣ କରାଯାଇଛି ।

ସମ୍ବନ୍ଧିତ ଖବର