କୁକୁର କାମୁଡ଼ିଥିବା ମହିଳାଙ୍କୁ ଡାକ୍ତର କହିଲେ: ତୁମେ ସେ କୁକୁରକୁ କାମୁଡ଼

ନୂଆଦିଲ୍ଲୀ: କୁକୁର କାମୁଡ଼ାରେ ଆହତ ହୋଇଥିବା ଜଣେ ମହିଳା ରାଜସ୍ଥାନର ଆଜମେର୍‌ ଡାକ୍ତରଖାନାକୁ ଯାଇ ରେସିଡେଣ୍ଡ୍‌ ଡାକ୍ତରଙ୍କୁ ଚିକିତ୍ସା ନିମନ୍ତେ କହିବାରୁ ଡାକ୍ତରବାବୁ ରାଗି ଯାଇ କହିଲେ, ସେ କୁକୁରକୁ କାମୁଡ଼।

ଭିଡିଓରେ ଦେଖାଯାଉଛି ମହିଳା ରୋଗୀଜଣକ ଖୁବ୍‌ ରାଗି ଯାଇ ଡାକ୍ତରଙ୍କୁ ଥରକୁ ଥର ଜବାବ ଦେଉଛନ୍ତି, ‘‘ଆପଣ କେବେ କୁକୁରକୁ କାମୁଡ଼ିଛନ୍ତି?’’

ଏହାର ଉତ୍ତର ଦେବାକୁ ଯାଇ ପ୍ରବୀଣ କୁମାର ବୋଲତିୟା ନାମକ ସେ ଡାକ୍ତର ଧମକ ଦେଇ ସେ ମହିଳାଙ୍କୁ କହୁଛନ୍ତି ଯେ ଏସ୍‌ସି/ଏସ୍‌ଟି ପ୍ରିଭେନ୍‌ସନ୍‌ ଅଫ୍‌ ଆଟ୍ରୋସାଇଟ୍‌ସ୍‌ ଆକ୍ଟ୍‌ରେ ତାଙ୍କ ନାମରେ ଅଭିଯୋଗ କରିବେ।

Angry dog with big teeth.

୫୭ ସେକେଣ୍ଡର ଏହି ଭିଡିଓରେ ମହିଳାଜଣକ କହୁଛନ୍ତି କି, ଡାକ୍ତରଖାନାର ସିସିଟିଭି ଫୁଟେଜ୍‌ରୁ ସତ ଘଟଣା ଜଣାପଡ଼ିବ।

ଏଇ ଭିଡିଓ ଭାଇରାଲ୍‌ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଚଳଚଞ୍ଚଳ ହୋଇ ଉଠିଛି। ତଦନ୍ତ ପରେ ଜଣାପଡ଼ିଛି ଯେ ଘଟଣାଟି ମାଡ଼ାରସ୍ଥିତ ଗୋଟାଏ ସରକାରୀ ଡିସ୍‌ପେନ୍‌ସରିରେ ଘଟିଛି।

ଚିଫ୍‌ ହେଲ୍‌ଥ୍‌ ମେଡିକାଲ୍‌ ଅଫିସର କେକେ ସୋନି ଗଣମାଧ୍ୟମକୁ କହିଛନ୍ତି ଘଟଣାର ତଦନ୍ତ ପାଇଁ ଏକ ପାଞ୍ଚଜଣିଆ ସଦସ୍ୟବିଶିଷ୍ଟ ଟିମ୍‌ ଗଠିତ ହୋଇଛି। ଡାକ୍ତରଖାନାର ଜଣେ କର୍ମଚାରୀ ଏହି ଭିଡିଓ ସୁଟିଙ୍ଗ୍‌ କରିଥିଲେ।

ସମ୍ବନ୍ଧିତ ଖବର