ତାଲିବାନ ସରକାରକୁ ମହିଳାଙ୍କ ଜୋରଦାର ବିରୋଧ, କାବୁଲରେ ଇଣ୍ଟରନେଟ୍‌ ସେବା ବନ୍ଦ

କାବୁଲ : ଆଫଗାନିସ୍ତାନର ତାଲିବାନ ସରକାରକୁ ମହିଳାମାନେ ଜୋରଦାର ବିରୋଧ କରିଛନ୍ତି। ଦେଶ‌ର ବିଭିନ୍ନ ସ୍ଥାନରେ ସେମାନେ ଆନ୍ଦୋଳନ ଚଳାଇଛନ୍ତି। ଆନ୍ଦୋଳନକାରୀ କହିଛନ୍ତି, ମହିଳା ସଦସ୍ୟ ନଥିବା ସରକାରକୁ ସେମାନେ ଗ୍ରହଣ କରିପାରିବେନି। ତେବେ ତାଲିବାନ କହିଛି ଏହି ଆନ୍ଦୋଳନ ବେଆଇନ। ଆନ୍ଦୋଳନ କରିବା ପୂର୍ବରୁ ଅନୁମତି ‌ନେବା ଆବଶ୍ୟକ। ଆନ୍ଦୋଳନ ଜୋରଦାର ହେବାରୁ ତାଲିବାନ କାବୁଲର ବିଭିନ୍ନ ସ୍ଥାନରେ ଇଣ୍ଟରନେଟ୍‌ ସେବା ବନ୍ଦ କରିଦେଇଛି। ତାଲିବାନ ଗୁଇନ୍ଦା ପକ୍ଷରୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। କିଛି ମହିଳା ମଧ୍ୟ ତାଲିବାନ ଆକ୍ରମଣର ଶିକାର ହୋଇଛନ୍ତି। ଚଳିତ ସପ୍ତାହ ଆରମ୍ଭରେ ମହିଳାମାନେ କାବୁଲ ଏବଂ ହେରତ ସହରରେ ତାଲିବାନ ବିରୋଧରେ ଆନ୍ଦୋଳନ କରିଛନ୍ତି। ନୂଆ ସରକାରରେ କୌଣସି ମହିଳା ସ୍ଥାନ ନପାଇବାକୁ ସେମାନେ ଗ୍ରହଣ କରିପାରୁ ନାହାନ୍ତି। ଅନ୍ୟପକ୍ଷେ ଆଫଗାନିସ୍ତାନ ବ୍ୟାପାରରେ ପାକିସ୍ତାନର ହସ୍ତ‌କ୍ଷେପକୁ ବି ସେମାନେ ବିରୋଧ କରିଛନ୍ତି। ନିକଟରେ ପାକିସ୍ତାନ ଆଇଏସ୍‌ଆଇ ମୁଖ୍ୟଙ୍କ କାବୁଲ ଗସ୍ତ ଏବଂ ପଂଜଶୀରରେ ପାକିସ୍ତାନର ଡ୍ରୋନ୍‌ ଆକ୍ରମଣକୁ ମଧ୍ୟ ସେମାନେ ବିରୋଧ କରିଛନ୍ତି।

ସମ୍ବନ୍ଧିତ ଖବର