ଦେଶର ଏକମାତ୍ର ରେଲେଓ୍ଵ ଷ୍ଟେସନ, ଯେଉଁଠାରେ ସମସ୍ତ କର୍ମଚାରୀ ମହିଳା

ଜୟପୁର: ଦେଶରେ ସମସ୍ତ ରାଜ୍ୟରେ ମହିଳା ସଶସ୍ତ୍ରୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଥିବା ବେଳେ ଏହାକୁ ସଫଳ ଭାବେ ପ୍ରମାଣିତ କରିଛି ଉତ୍ତର-ପଶ୍ଚିମ ରେଲେଓ୍ଵ। ଜୟପୁର- ନୂଆଦିଲ୍ଲୀ ରେଳ ମାର୍ଗରେ ଅବସ୍ଥିତ ଥିବା ଗାନ୍ଧୀନଗର ଷ୍ଟେସନକୁ ସପୂର୍ଣ୍ଣ ଭାବେ ମହିଳା କର୍ମଚାରୀ ଯୁକ୍ତ ରେଲେଓ୍ଵ ଷ୍ଟେସନ ଭାବେ ପରିଚିତ କରାଯାଇଛି। ଏହି ଷ୍ଟେସନ ଦେଇ ଦୈନିକ ୫୦ଟି ଟ୍ରେନ ଅତିକ୍ରମ କରିବା ସହ ଏହିଠାରେ ୨୫ଟି ଟ୍ରେନ ରହିଥାନ୍ତି । ଉତ୍ତର-ପଶ୍ଚିମ ମୁଖ୍ୟ ରେଲେଓ୍ଵ ଜନସଂପର୍କ ଅଧିକାରୀ କହିଛନ୍ତି, ପ୍ରାୟ ୭ ହଜାରରୁୁ ଅଧିକ ଲୋକ ଦୈନିକ ଏହି ରେଲେଓ୍ଵ ଷ୍ଟେସନ ଦ୍ୱାରା ଯାତାୟାତ କରିଥାନ୍ତି । ଏହି ଷ୍ଟେସନରେ ମୋଟ ଉପରେ ୨୫ ଜଣ ମହିଳା କର୍ମଚାରୀ କାର୍ଯ୍ୟରତ ରହିଛନ୍ତି ।

The Indian Express

ଗାନ୍ଧୀନଗରର ଏହି ଷ୍ଟେସନରେ ସମସ୍ତ କର୍ମଚାରୀ ମହିଳା । ଷ୍ଟେସନ ମାଷ୍ଟରଙ୍କ ଠାରୁ ଆରମ୍ଭ କରି ପଏଣ୍ଟ ମ୍ୟାନ ପର୍ଯ୍ୟନ୍ତ ସମସ୍ତେ ଏଠାରେ ମହିଳା । ଏହି ଷ୍ଟେସନରେ ମହିଳାମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବା ପାଇଁ ପଶିକ୍ଷଣ ପ୍ରଦାନ କରାଯାଇଛି। ଏଠାରେ ମହିଳାମାନଙ୍କର ସୁରକ୍ଷା ପ୍ରତି ମଧ୍ୟ ଖାସ ଧ୍ୟାନ ରଖାଯାଇ ସମସ୍ତ ସ୍ଥାନରେ ସିସିଟିଭି କ୍ୟାମେରାର ବ୍ୟବସ୍ଥା କରାଯାଇଛି। ଏହି ରେଲେଓ୍ଵ ଷ୍ଟେସନର ଆଖପାଖରେ କଲେଜ ଏବଂ କୋଚିଙ୍ଗ ସେଣ୍ଟର ଥିବାରୁ ଏଠାରେ ଅଧିକ ମାତ୍ରାରେ ବିଦ୍ୟାର୍ଥି ଏବଂ ମହିଳା ଦେଖାଯାଇଥାନ୍ତି ।

ସମ୍ବନ୍ଧିତ ଖବର