କାଠରେ ନିର୍ମାଣ ହୋଇଥିବା ଏହି ‘ସୁପର କାର’କୁ ଦେଖିଛନ୍ତି କି ?

ନୂଆଦିଲ୍ଲୀ: ଅଟୋମୋବାଇଲ ଶିଳ୍ପ ଏବେ ହାଇବ୍ରିଡ଼ ଓ ଇଲେକ୍ଟ୍ରୋନିକ୍ସ କାର ନିର୍ମାଣ କରିବାକୁ ଲାଗିପଡିଛନ୍ତି | ଦୁନିଆର ଅନେକ ଦେଶ ଏବେ ଇଲେକ୍ଟ୍ରୋନିକ୍ସ କାର ନିର୍ମାଣ ଉପରେ ଜୋର ଦେଉଛନ୍ତି | ଏବେ ଜାପାନର ଏକ କମ୍ପାନୀ ଏମିତି ଏକ କାର ନିର୍ମାଣ କରିଛି ଯାହାକି କାଠରେ ନିର୍ମାଣ ହୋଇଛି | ଏହି କାରର ଅଧିକାଂଶ ଅଂଶ କାଠରେ ନିର୍ମାଣ ହୋଇଥିବାର କମ୍ପାନୀ ପକ୍ଷରୁ କୁହାଯାଇଛି | କାରକୁ ଟୋକିଓ ମୋଟର ସୋରେ ପ୍ରଦର୍ଶିତ କରାଯିବା ପରେ ଏହି କାର ବାବଦରେ ଜଣାପଡିଥିଲା |

ଏହି କାରକୁ ଜାପାନର ପରିବେଶ ମନ୍ତ୍ରାଳୟ ୨୦୧୬ରେ ନିର୍ମାଣ କରିଥିବାବେଳେ ଏବେ ଏହା ସାମ୍ନାକୁ ଆସିଛି | ସେଲୁଲଜ ନେନୋ ଫାଇବର ବ୍ୟବହାର କରି ଏହି କାରର ନିର୍ମାଣ କରାଯାଇଛି |

ସେଲୁଲଜ ନେନୋ ଫାଇବର, କାଠଗୁଣ୍ଡ ଓ କୃଷି ବର୍ଜ୍ୟରୁ ପ୍ରସ୍ତୁତ କରାଯାଇଥାଏ | ସେଲୁଲଜ ନେନୋ ଫାଇବର ଷ୍ଟିଲ ତୁଳନାରେ ୨୦ ପ୍ରତିଶତ କମ ହାଲୁକା ହୋଇଥିବାବେଳେ ଷ୍ଟିଲ ତୁଳନାରେ ୫ ଗୁଣ ଅଧିକ ମଜଭୁତ ହୋଇଥାଏ | ଏହି କାରର ଯନ୍ତ୍ରପାତିକୁ ଛାଡିଦେଲେ ବାହାର ପାର୍ଶ୍ୱ କାଠରୁ ନିର୍ମାଣ ହୋଇଛି | ହାଇଡ୍ରୋଜେନ ଫୁଏଲରେ ଏହି କାର ଗତି କରୁଥିବାବେଳେ ଘଣ୍ଟା ପ୍ରତି ଏହି କାରର ବେଗ ରହିଛି ୨୦ କିଲୋମିଟର |

ସମ୍ବନ୍ଧିତ ଖବର