ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଆଜି ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀ ନେଇ ଫୋନ୍ରେ କଥାବାର୍ତ୍ତା ହୋଇଛନ୍ତି। ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀର ସଫଳତା ନେଇ ଉଭୟ ନେତା ସନ୍ତୋଷବ୍ୟକ୍ତ କରିଥିବା ଜଣାଯାଇଛି। ନିକଟରେ ହାଇଦ୍ରାବାଦ୍ରେ ଶେଷ ହୋଇଥିବା ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀର ଅଷ୍ଟମ ସଂସ୍କରଣରେ ୧୫୦ଟି ଦେଶରୁ ପାଖାପାଖି ୧୫୦୦ ଉଦ୍ୟୋଗୀ ଏବଂ ବିନିଯୋଗକାରୀ ଯୋଗ ଦେଇଥିଲେ। ଅନ୍ୟପକ୍ଷରେ ଏହି ତିନି ଦିନର ବିଶାଳ ବ୍ୟବସାୟିକ କାର୍ଯ୍ୟକ୍ରମ ଏକ ଚମତ୍କାର ସଫଳତା ବୋଲି ଆମେରିକା ବିଦେଶ ବିଭାଗର ପ୍ରବକ୍ତା ହିଥର ନରେଟ୍ କହିଛନ୍ତି। ବିଶ୍ୱ ଔଦ୍ୟୋଗିକ ସମ୍ମିଳନୀରେ ଆମେରିକାକୁ ପ୍ରତିନିଧିତ୍ୱ କରିଥିବା ଟ୍ରମ୍ପ୍ଙ୍କ ଝିଅ ତଥା ପରାମର୍ଶଦାତା ଇଭାଙ୍କା ଟ୍ରମ୍ପଙ୍କୁ ହାଇଦ୍ରାବାଦ୍ରେ ଭବ୍ୟ ଆତିଥ୍ୟ ପ୍ରଦାନ କରାଯାଇଥିଲା।