ବୋହୂକୁ ପୂର୍ବତନ ବିଚାରପତିଙ୍କ ନିର୍ଯାତନା, ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ମାଡ୍ରାସ ହ‌ାଇକୋର୍ଟର ପୂର୍ବତନ ବିଚାରପତି ନୋଟି ରାମମୋହନ ରାଓ ଏବଂ ତାଙ୍କ ପରିବାରର ଅନ୍ୟ ସଦସ୍ୟ ଯୌତୁକ ପାଇଁ ବୋହୂ ସିନ୍ଧୁ ଶର୍ମାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରିଛନ୍ତି । ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ଏପ୍ରିଲ ୨୦,୨୦୧୯ ତାରିଖର ଏକ ସିସିଟିଭି ଫୁଟେଜ୍‌ରେ ପୂର୍ବତନ ବିଚାରପତି, ତାଙ୍କ ପତ୍ନୀ ଦୁର୍ଗା ଲକ୍ଷ୍ମୀ ଏବଂ ପୁଅ ନୋଟି ବଶିଷ୍ଠ ବୋହୂ ସିନ୍ଧୁ ଶର୍ମା ଉପରେ ଅତ୍ୟାଚାର କରୁଥିବା ଦେଖିବାକୁ ମିଳୁଛି। ସିନ୍ଧୁଙ୍କୁ ତାଙ୍କ ଝିଅ ଆଗରେ ତାଙ୍କ ଶ୍ବଶୁର, ଶାଶୂ ଏବଂ ସ୍ବାମୀ ମାରପିଟ୍‌ କରିଥିଲେ। ଏନେଇ ସିନ୍ଧୁ ଗତ ଏପ୍ରିଲ ୨୭ ତାରିଖରେ ହାଇଦ୍ରାବାଦ୍‌ ପୁଲିସରେ ଏକ ମାମଲା ରୁଜୁ କରିଥିଲେ। ଯୌତୁକ ଦାବିରେ ତାଙ୍କୁ ତାଙ୍କ ସ୍ବାମୀ ଏବଂ ଶାଶୂ-ଶ୍ବଶୁର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଉଛନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର