ତାଜମହଲ ହେଉଛି ଭାରତୀୟଙ୍କ ଝାଳ, ରକ୍ତ ଓ ପରିଶ୍ରମର ଫଳ: ଯୋଗୀ

ନୂଆଦିଲ୍ଲୀ: ନିକଟରେ ବିଜେପି ନେତା ସଙ୍ଗୀତ ସୋମ ତାଜମହଲର ଐତିହାସିକତା ଉପରେ ଦେଇଥିବା ବିବାଦୀୟ ବୟାନକୁ ନେଇ ଉତ୍ତରପ୍ରଦେଶର ସରକାର ଉତକ୍ଷିପ୍ତ ହୋଇ ପଡ଼ିଛନ୍ତି। ସଙ୍ଗୀତଙ୍କ ଏହି ବିବାଦୀୟ ବୟାନ ଉପରେ ଟିପ୍ପଣୀ ରଖି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି, କିଏ କ’ଣ କହୁଛି ତାହା ଗରୁତ୍ୱପୁର୍ଣ୍ଣ ନୁହେଁ। ସବୁଠାରୁ ଗୁରୁତ୍ୱର୍ଣ୍ଣ କଥା ହେଉଛି, ସମସ୍ତେ ଜାଣି ରଖିବା ଉଚିତ ତାଜମହଲ ହେଉଛି ଭାରତୀୟଙ୍କ ଝାଳ, ରକ୍ତ ଓ ପରିଶ୍ରମର ଫଳ, ତାଜମହଲକୁ ଭାରତୀୟ ସଂସ୍କୃତି ପାଇଁ କଳଙ୍କ ବୋଲି କହିବା ଆଦୌ ଠିକ୍‌ ନୁହେଁ।

ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅକ୍ଟେବାର ୨୬ରେ ଆଗ୍ରାଗସ୍ତ କରିବେ। ଏହି ଗସ୍ତ କାଳରେ ଯୋଗୀ ନିଜ ପାର୍ଟିର ନେତାଙ୍କ ସହିତ ତାଜମହଲ ଦେଖିବା ପାଇଁ ଯିବେ। ଅକ୍ଟୋବର ୨୬ରେ ତାଜମହଲ ପ୍ରକଳ୍ପର ସମୀକ୍ଷା ବି କରିବେ ମୁଖ୍ୟମନ୍ତ୍ରୀ ଯୋଗୀ । ଏଥିସହିତ ଯୋଗୀ ଆଗ୍ରାର ପର୍ଯ୍ୟଟନ ବିଭାଗର ଏକ କାର୍ଯ୍ୟକ୍ରମରେ ବି ସାମିଲ ହେବାର କାର୍ଯ୍ୟକ୍ରମ ରହିଛି।

ମୁଖ୍ୟମନ୍ତ୍ରୀ ହେବା ପରେ ଯୋଗୀ ଆଦିତ୍ୟନାଥ ପ୍ରଥମଥର ତାଜମହଲ ଦେଖିବା ପାଇଁ ଯିବେ। ଆଗ୍ରାଗସ୍ତ କାଳରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତାଜମହଲ ସମେତ ଅଗ୍ରାର ଅନ୍ୟାନ୍ୟ ସ୍ମାରକୀକୁ ପରିଦର୍ଶନ କରିବାର ବି କାର୍ଯ୍ୟକ୍ରମ ରହିଛି।

ଉଲ୍ଲେଖଯୋଗ୍ୟ, ତାଜମହଲ ଉପରେ ବିଜେପି ନେତା ସଙ୍ଗୀତ ସୋମ ଦେଇଥିବା ବିବାଦୀୟ ବୟାନ ପରେ ସମାଜବାଦୀ ପାର୍ଟିର ନେତା ଅଜାମ ଖାନ୍‌ ବି ଉତକ୍ଷିପ୍ତ ହୋଇପଡ଼ିଛନ୍ତି। ଅଜାମ ବିଜେପି ନେତା ସଙ୍ଗୀତ ସୋମଙ୍କୁ ପରିହାସ କରି କହିଛନ୍ତି, ଏକା ତାଜମହଲ ହି କ’ଣ ପାଇଁ? ବିଧାନସଭା, ରାଷ୍ଟ୍ରପତି ଭବନ, କୁତବ ମିନାର ଓ ଲାଲ କିଲ୍ଲାକୁ ହଟାଇ ଦେବା ! ଏହାସବୁ ବି ଗୁଲାମିର ଚିହ୍ନ।

ଅନ୍ୟପକ୍ଷରେ ସଙ୍ଗୀତ ସୋମଙ୍କ ଏହି ବିବାଦୀୟ ବୟାନର ଉତ୍ତର ଦେଇ ଉତ୍ତରପ୍ରଦେଶ ପର୍ଯ୍ୟଟନ ମନ୍ତ୍ରୀ ରିତା ବହୁଗୁଣା ଜୋଷି କହିଛନ୍ତି, ତାଜମହଲ ଉପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିଜର ଉତକ୍ଷିପ୍ତତା ପ୍ରଦର୍ଶନ କରି ସାରିଛନ୍ତି। ତେବେ ପ୍ରତ୍ୟେକଙ୍କୁ ନିଜନିଜ ମନ୍ତବ୍ୟ ଦେବାର ସ୍ୱାଧୀନତା ରହିଛି। ତାହାମାନେ ନୁହେଁ ଯେ, ଭାରତୀୟ ସଂସ୍କୃତିକୁ ନେଇ ଏଭଳି ବୟାନ ଦିଆଯିବ। ଆମ ସରକାର ତାଜମହଲ ଆଖପାଖରେ ପାର୍କ ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ପାଇଁ ୧୫୫କୋଟି ଟଙ୍କାର ଅନୁମୋଦନ କରିଛନ୍ତି।

ସମ୍ବନ୍ଧିତ ଖବର