ହେଲିକପ୍ଟର ନୁହେଁ ବୋଟରେ ବନ୍ୟାଞ୍ଚଳ ବୁଲିଲେ ଯୋଗୀ ଆଦିତ୍ୟନାଥ

ବାରଣାସୀ: ଉତ୍ତରପ୍ରଦେଶର ବାରଣାସୀରେ କିଭଳି ରହିଛି ବନ୍ୟା ସ୍ଥିତି ଆଜି ନିଜେ ସମୀକ୍ଷା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ | ଯୋଗୀ ଆଜି ଏନଡିଆରଏଫ ଯବାନଙ୍କ ସହ ବୋଟରେ ବୁଲି ବନ୍ୟାଞ୍ଚଳରେ ଲୋକଙ୍କ ସ୍ଥିତି ବୁଝିଛନ୍ତି | ଉଛୁଳା ଗଙ୍ଗା ନଦୀରେ ଯୋଗୀ ଆଜି ଲାଇଫ ଜ୍ୟାକେଟ ପିନ୍ଧି ବନ୍ୟାଞ୍ଚଳ ବୁଲି ଦେଖିଛନ୍ତି |

ଏଠାରେ ସୂଚନା ଥାଉ କି ଗଙ୍ଗାନଦୀରେ ଜଳସ୍ତର ସତର୍କ ସଙ୍କେତ ଡେଇଁଛି । ଗଙ୍ଗୀ ନଦୀ ଉପକୂଳର ତଳିଆ ଅଂଚଳରେ ବନ୍ୟା ଜଳ ପଶି ସ୍ୱାଭାବିକ ଜନଜୀବନକୁ ପ୍ରଭାବିତ କରିଛି । ବାରଣାସୀର ମାରୁତି ନଗର, ପଟେଲ ନଗର ସମେତ ତଳିଆ ଅଂଚଳରେ ଏବେ ଗଙ୍ଗା ନଦୀର ବନ୍ୟା ଜଳ ପ୍ରବେଶ କରିଛି । କେଉଁଠି ଘର ଛାତ ଯାଏଁ ପାଣି ମାଡିଯାଇଛି ତ ପୁଣି କେଉଁଠି ଘରକୁ ବୁଡାଇ ଦେଇଛି । ଲୋକେ ଏବେ ନିଜ ଘରେ ଜଳବନ୍ଦୀ ହୋଇ ରହିଛନ୍ତି । ଶହ ଶହ ହେକ୍ଟର ଚାଷ ଜମି ଜଳାର୍ଣ୍ଣବ ହୋଇପଡିଛି ।

ସମ୍ବନ୍ଧିତ ଖବର