ପୁଲିସ୍‌ ଭ୍ୟାନ୍‌ରୁ ଟାଣି ଯୁବକଙ୍କୁ ହତ୍ୟା

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଶାମ୍‌ଲି ଜିଲ୍ଲାରେ ଏକ ଅଭାବନୀୟ ଘଟଣାକ୍ରମରେ ଜଣେ ଯୁବକଙ୍କୁ ପୁଲିସ ଭ୍ୟାନ୍‌ରୁ ଟାଣି ଆଣି ପିଟିପିଟି ହତ୍ୟା କରାଯାଇଛି। ତେବେ ପୁଲିସ ଆଖି ଆଗରେ ଏହି ଅଘଟଣ ଘଟିଥିଲେ ମଧ୍ୟ ପୁଲିସ ଆଖି ବୁଜିଦେଇଥିଲା ଏବଂ ପାଖରେ ଠିଆ ହୋଇ ନିରବଦ୍ରଷ୍ଟା ସାଜିଥିଲା। ଯୁବକଙ୍କୁ ବଞ୍ଚାଇବା ପାଇଁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନି। ଏନେଇ ଏବେ ଏକ ଭିଡିଓ ଜାରି ହୋଇଛି। ଘଟଣାକୁ ଜୋରଦାର ବିରୋଧ କରାଯିବାପରେ ଶାମ୍‌ଲି ଏସ୍‌ପି ଅଜୟ କୁମାର ପାଟ୍ରୋଲ ଦାୟିତ୍ବରେ ଥିବା ପୁଲିସଙ୍କ ନିଲମ୍ବନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର