ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆଙ୍କ ପରଲୋକ, ପରିବାରରେ ଥିଲେ ୩୮ଜଣ ସ୍ତ୍ରୀ ଓ ୮୯ଜଣ ପିଲା

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ବଡ଼ ପରିବାରର ମୁଖିଆ କୁହାଯାଉଥିବା ଜିଓନା ଚାନାଙ୍କ ୭୬ବର୍ଷ ବୟସରେ ମୃତ୍ୟୁ ହୋଇଯାଇଛି। ମିଜୋରାମର ମୁଖ୍ୟମନ୍ତ୍ରୀ ଜୋରମଥଙ୍ଗା ଟୁଇଟ କରି ଏହି ଘଟଣା ବିଷୟରେ ସୂଚନା ଦେଇଛନ୍ତି। ଚାନାଙ୍କ ପରିବାରରେ ୩୮ଜଣ ସ୍ତ୍ରୀ ଥିବା ବେଳେ ୮୯ଜଣ ସନ୍ତାନ ରହିଛନ୍ତି। ବିଶାଳ ପରିବାର ହେତୁ ମିଜୋରମରେ ପର୍ଯ୍ୟଟକଙ୍କ ଏହା ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଛି।

ମିଜୋରମର ମୁଖ୍ୟମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ମିଜୋରମ ଓ ବକଟାୱଙ୍ଗ ତଲଙ୍ଗନୁମରେ ତାଙ୍କର ଗାଁ। ବିଶାଳ ପରିବାର କାରଣରୁ ରାଜ୍ୟର ପର୍ଯ୍ୟଟକଙ୍କ ଏହା ଆକର୍ଷଣର କେନ୍ଦ୍ର ରହିଥିଛି। ଜିଓନାଙ୍କ ପରିବାର ସଦସ୍ୟ ଚାଷ କାମ କରନ୍ତି। ଆଉ ଘର ଚଳାଇବାରେ ସାହାଯ୍ୟ କରନ୍ତି। ଜିଓନାଙ୍କ ସବୁଠାରୁ ବଡ଼ ସ୍ତ୍ରୀ ମୁଖିଆ ଭୂମିକା ନିଭାଇ ଥାଆନ୍ତି। ସେ କାମଗୁଡ଼ିକୁ ସମସ୍ତଙ୍କ ଭିତରେ ସମାନ ଭାବେ ବାଣ୍ଟିବା ସହିତ ଅନ୍ୟ କାମଗୁଡ଼ିକ ଉପରେ ବି ନଜର ରଖିଥାଆନ୍ତି।

 

ଜିଓନାଙ୍କ ମୃତ୍ୟୁ ହେତୁ ପରିବାର ଉପରେ ଦୁଃଖର ପାହାଡ ଭାଙ୍ଗି ପଡ଼ିଛି। କୁହାଯାଉଛି ଜିଓନା ତାଙ୍କ ପରିବାର ସହିତ ବଢ଼େଇ କାମ କରନ୍ତି। ଜିଓନା ତାଙ୍କ ପରିବାରକୁ ନେଇ କହୁୂଥିଲେ,  ଭଗବାନଙ୍କର ସେ ସ୍ୱତନ୍ତ୍ର । ଯିଏ ଏତେ ଲୋକଙ୍କୁ ପାଳିବାକୁ ସୁଯୋଗ ଦେଇଛନ୍ତି ।  ୧୭ ବର୍ଷ ବୟସରେ ପ୍ରଥମେ ସେ ବିବାହ କରିଥିଲେ । ଏ ଘରେ ପ୍ରତିଦିନ ୩୦ଟି ଚିକେନ ,୬୦ କିଲୋ ଆଳୁ ଓ ୧୦୦ କିଲୋ ଚାଉଳରେ ରୋଷେଇ ହୋଇଥାଏ । ସମସ୍ତେ ମିଳିମିଶି ଚଳନ୍ତି । ପରସ୍ପର ଭିତରେ ସ୍ନେହ ଶ୍ରଦ୍ଧା ଅତୁଟ ରହିଛି ।

ସମ୍ବନ୍ଧିତ ଖବର