ବିଜେଡି ଜାରି କଲା ୪୦ ଜଣିଆ  ଷ୍ଟାର ପ୍ରଚାରକ ତାଲିକା, ପ୍ରଚାରର ମଙ୍ଗ ଧରିବେ ନବୀନ

ଭୁବନେଶ୍ୱର: ବିଜୁ ଜନତା ଦଳ ଆଜି ଜାରି  କରିଛି ୪୦ ଜଣିଆ ଷ୍ଟାର୍‌ ପ୍ରଚାରକ ତାଲିକା। ଏଥି ମଧ୍ୟରେ ୧ ନମ୍ବରରେ ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ଥିବାବେଳେ ପ୍ରଥମ ୧୦ଟି ସ୍ଥାନରେ ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହ ଦେଓ, ପ୍ରସନ୍ନ ଆଚାର୍ଯ୍ୟ,ସୌମ୍ୟ ରଂଜନ ପଟ୍ଟନାୟକ,ସୂର୍ଯ୍ୟ ନାରାୟଣ ପାତ୍ର ଓ ପ୍ରସନ୍ନ ପାଟ୍ଟଶାଣୀଙ୍କ ନାମ ରହିଛି।
ଏହି ଷ୍ଟାର ପ୍ରଚାରକ ତାଲିକାରେ ଅନ୍ୟମାନଙ୍କ ମଧ୍ୟରେ ପ୍ରତାପ ଦେବ, ସଞ୍ଜୟ ଦାସ ବର୍ମା,ପ୍ରତାପ ଜେନା,ପ୍ରଣବ ପ୍ରକାଶ ଦାସ,ସୁଶାନ୍ତ ସିଂହ, ସୁବାସ ସିଂହ,ଲୋପାମୁଦ୍ରା ବକ୍ସିପାତ୍ର, ପ୍ରମିଳା ମଲ୍ଲିକ, ଶ୍ରୀମୟୀ ମିଶ୍ର,ଅସୀମ ଅମିତାଭ ଦାସ ଓ ତେଜେଶ୍ୱର ପରିଡ଼ାଓ ମିନତୀ ବେହେରା ପ୍ରମୁଖ ଅନ୍ତର୍ଭୁକ୍ତ ଅଛନ୍ତି।
ଅନ୍ୟପକ୍ଷରେ ଚଳଚ୍ଚିତ୍ର ତାରକାରୁ ରାଜନେତା  ବନିଥିବା ପ୍ରଶାନ୍ତ ନନ୍ଦ, ଅନୁଭବ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ଆକାଶ ଦାସ ନାୟକ, କୁନା ତ୍ରିପାଠୀ, ଅରିନ୍ଦମ ରାୟ ଓ ମୁନା ଖାଁ ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି। ସେହିପରି ପୂର୍ବତନ ସାଂସଦ ତଥା ପ୍ରସିଦ୍ଧ ହକି ତାରକା ଦିଲ୍ଲୀପ ତିର୍କୀ ମଧ୍ୟ ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି।
ସମ୍ବନ୍ଧିତ ଖବର