କୁଖ୍ୟାତ ଆତଙ୍କବାଦୀ ବାଗଦାଦିର ମୃତ୍ୟୁ ପରେ ଧରାପଡ଼ିଲା ତା’ ଭଉଣୀ ରେଶମିଆ

ନୂଆଦିଲ୍ଲୀ: ଆଇଏସ ଆତଙ୍କବାଦୀ ଅବୁ ବକର ଅଲ-ବାଗଦାଦିର ମୃତ୍ୟୁ ପରେ ଏବେ ସୁରକ୍ଷା ଏଜେନ୍‌ସିଗୁଡିକର ନଜର ତା ପରିବାର ଉପରେ ରହିଛି। ବାଗଦାଦିର ଭଉଣୀକୁ ଉତ୍ତର ସିରିଆରୁ ଗିରଫ କରାଯାଇଛି। ତୁର୍କୀର ସେନା ଉତ୍ତର ସିରିଆର ଅଜାଜ ସହରରୁ ବାଗଦାଦିର ଭଉଣୀ ରେଶମିଆ ଅବଦକୁ ଗିରଫ କରିଥିବା ଦାବି କରିଛି। ଚଢାଉ ବେଳେ ଏକ କଂଟେନରରେ ଲୁଚିଥିଲା ରେଶମିଆ। ମିଡିଆ ରିପୋର୍ଟ ଅନୁସାରେ, ବାଗଦାଦିର ଉଉଣୀ ସମେତ, ତାଙ୍କ ସ୍ୱାମୀ ଓ ବୋହୂକୁ ବି ଗିରଫ କରିଛି ତୁର୍କୀ ସେନା। ସେମାନଙ୍କୁ ମାରାଥନ ଜେରା ଚାଲିଛି। ପଚରାଉଚରା ବେଳେ ରେଶମିଆ ବାଗଦାଦିର କାର୍ଯ୍ୟକଳାପ ଓ ଆଇଏସଆଇସ ସମ୍ପର୍କରେ ଅଧିକ ତଥ୍ୟ ହାସଲ କରିବା ଆଶା କରାଯାଉଛି।

ସାରା ବିଶ୍ୱକୁ ଏକ ଇସଲାମ ସାମ୍ରାଜ୍ୟରେ ସାମିଲ କରିବାର ସ୍ୱପ୍ନ ଦେଖୁଥିବା ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ମୁଖିଆ ଥିଲା ବାଗଦାଦି। ଆଉ ସେହି ସ୍ୱପ୍ନକୁ ପୂରଣ କରିବା ପାଇଁ ମସଜିଦର ମୌଲବୀରୁ ଆତଙ୍କବାଦୀ ପାଲଟି ଯାଇଥିଲା ଅବୁବକର ଅଲ ବାଗଦାଦି।

India Today

ସଦ୍ଦାମ ହୁସୈନଙ୍କ ପରେ ବଗଦାଦି। ଇରାକରେ ପଡ଼ିଲା ଆଇଏସର ମୂଳଦୁଆ। ବାଗଦାଦି ନିହତ ପରେ ପୁଣି ଚର୍ଚ୍ଚାକୁ ଫେରିଛି ଆଇଏସଆଇଏସ। କଣ ଏହି ଆଇଏସଆଇଏସ ବା ଆଇଏସ। ଏହି ଆତଙ୍କବାଦୀ ସଂଗଠନ କେଉଁଠୁ ଆସିଲା ? କିଏ ଏହାକୁ ଆଣିଲା ? କାହିଁକି ଆଣିଲା? ଏସବୁ ପ୍ରଶ୍ନର ଉତ୍ତର ପାଇଁ ଆପଣଙ୍କୁ ସଦ୍ଦାମ ହୁସୈନଙ୍କ ଇରାକକୁ ମନେ ପକାଇବାକୁ ପଡିବ। ଏକ ଲମ୍ବା ଯୁଦ୍ଧ ପରେ ସଦ୍ଦାମଙ୍କ ପଞ୍ଝାରୁ ଇରାକକୁ ମୁକ୍ତ କରି ସ୍ୱଦେଶ ଫେରିଯାଇଥିଲେ ଆମେରିକୀୟ ସୈନ୍ୟ। ସେତେବେଳେ ଇରାକରେ ମୁଣ୍ଡ ଟେକିଥିଲା ଅବୁ ବକର ଅଲ୍‌ ବଗଦାଦି। ଏକ ମସଜିଦର ମୌଲବି ଥିବା ବଗଦାଦି ପ୍ରଥମେ ଅଲକାଏଦା ପାଇଁ କାମ କରୁଥିଲା। ଇରାକ ଓ ସିରିଆର ଅଲକାଏଦା ଗ୍ରୁପର ମୁଖିଆ ହେବା ପରେ ସଂଗଠନର ନାଁ ୨୦୧୩ ମସିହାରେ ବଦଳାଇ ରଖିଥିଲା ଇସଲାମିକ ଷ୍ଟେଟ୍‌ ଅଫ ଇରାକ୍‌ ଆଣ୍ଡ ସିରିଆ- ଆଇଏସଆଇଏସ।

ସମ୍ବନ୍ଧିତ ଖବର