ମୋହାଲି: ଆଇପିଏଲ୍ ୧୧ତମ ସଂସ୍କରଣର ୨ୟ ମ୍ୟାଚ୍ରେ ଦିଲ୍ଲୀ ଡେୟାରଡେଭିଲସ୍କୁ ୬ ଓ୍ଵିକେଟ୍ରେ ପଞ୍ଜାବ ହରାଇଛି। ୧୬୭ ରନ୍ ବିଜୟ ଲକ୍ଷ ନେଇ ୨ୟ ପାଳିରେ ବ୍ୟାଟିଂ କରିଥିବା ପଞ୍ଜାବ ୧୮.୫ ଓଭରରେ ୪ଟି ଓ୍ଵିକେଟ ହରାଇ ଏହା ହାସଲ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲୋକେଶ ରାହୁଲ ସର୍ବାଧିକ ୫୧ ଓ କରୁଣ ନାୟାର ୫୦ ରନ୍ ସଂଗ୍ରହ କରିଥିଲେ। ଅପରପକ୍ଷେ ଦିଲ୍ଲୀ ଡେୟାରଡେଭିଲସ୍ର ଟ୍ରେଣ୍ଟ ବୋଲଟ୍, କ୍ରିସ ମୋରିସ୍, ଡାନିଏଲ୍ କ୍ରିଷ୍ଟିଆନ୍ ଓ ରାହୁଲ ତେଓ୍ଵାଟିଆ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ। ପଞ୍ଜାବ ୫୮ ରନ୍ରେ ପ୍ରଥମ ଓ୍ଵିକେଟ ଭାବରେ ମୟଙ୍କ ଅଗ୍ରଓ୍ଵାଲଙ୍କୁ ହରାଇ ଥିଲା। ୬୪ ରନ୍ରେ ୨ୟ, ୯୭ ରନ୍ରେ ୩ୟ ଓ୍ଵିକେଟ ଓ ୧୩୮ ରନ୍ରେ ୪ର୍ଥ ଓ୍ଵିକେଟ ହରାଇ ଥିଲା।
ପୂର୍ବରୁ ପ୍ରଥମ ଇନିଂସରେ ଦିଲ୍ଲୀର ପ୍ରଥମ ଓ୍ଵକେଟ୍ ମାତ୍ର ୧୨ ରନ୍ରେ ପଡ଼ିଥିଲା। ୫୪ ରନ୍ରେ ୨ୟ ଓ୍ଵିକେଟ୍, ୭୭ ରନ୍ରେ ୩ୟ ଓ୍ଵିକେଟ୍, ୧୧୧ ରନ୍ରେ ୪ର୍ଥ ଓ୍ଵିକେଟ୍, ୧୨୩ ରନ୍ରେ ୫ମ ଓ୍ଵିକେଟ୍, ୧୨୫ ରନ୍ରେ ୬ଷ୍ଠ ଓ୍ଵିକେଟ୍ ଓ ୧୬୬ ରନ୍ରେ ୭ମ ଓ୍ଵିକେଟ୍ ପଡ଼ିଥିଲା। ପଞ୍ଜାବ ପକ୍ଷରୁ ମୋହିତ ଶର୍ମା ଓ ମୁଜିବ ଉର୍ ରହମାନ ୨ଟି ଲେଖାଏଁ ଓ୍ଵିକେଟ୍ ନେଇଥିବା ବେଳେ ରବିଚନ୍ଦ୍ରନ ଅଶ୍ୱିନ ଓ ଅକ୍ଷର ପଟେଲ ଗୋଟିଏ ଲେଖାଏଁ ଓ୍ଵିକେଟ୍ ନେଇଥିଲେ।
କିଙ୍ଗସ୍ ଇଲେଭେନ୍ ପଞ୍ଜାବ ଓ ଦିଲ୍ଲୀ ଡେୟାଡେଭିଲସ୍ ମଧ୍ୟରେ ଆଇଏସ୍ ବିନ୍ଦ୍ରା ଷ୍ଟାଡିୟମରେ ରବିବାର ଖେଳାଯାଉଥିବା ପ୍ରଥମ ମ୍ୟାଚ୍ରେ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ୨୦ ଓଭରରେ ୭ଟି ଓ୍ଵିକେଟ୍ ହରାଇ ୧୬୬ ରନ୍ ସଂଗ୍ରହ କରିଥିଲା। ଅଧିିନାୟକ ଗୌତମ ଗମ୍ଭୀର ୫୫ ରନ ଓ ଋଷଭ ପନ୍ଥ ୨୮ ରନ ସଂଗ୍ରହ କରିଥିଲେ।