ଏଲପିଜି ବିତରଣ କର୍ମଚାରୀ କରୋନା ସଂକ୍ରମିତ ହୋଇ ମୃତ୍ୟୁବରଣ କଲେ ପରିବାରକୁ ମିଳିବ ୫ ଲକ୍ଷ

ନୂଆଦିଲ୍ଲୀ : ଏଲପିଜି ସିଲିଣ୍ଡର ବିତରଣ ବେଳେ କରୋନା ସଂକ୍ରମଣ ଜନିତ ମୃତ୍ୟୁ ହେଲେ ସଂପୃକ୍ତ କର୍ମଚାରୀଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର ସହାୟତା ମିଳିବ । ଏ ସଂପର୍କରେ ରାଷ୍ଟ୍ରାୟତ୍ତ ତେଲ କମ୍ପାନି ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ ଘୋଷଣା କରିଛନ୍ତି । କମ୍ପାନିମାନଙ୍କ ଏହି ନିଷ୍ପତ୍ତିକୁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସ୍ୱାଗତ କରିଛନ୍ତି ।

 

ଟ୍ୱିଟ କରି ଧର୍ମେନ୍ଦ୍ର ଲେଖିଛନ୍ତି ଯେ ଏହି କଠିନ ସମୟରେ ଏଲପିଜି ବିତରକମାନେ ଯୋଗାଉଥ#ବା ଜରୁରୀ ସେବାକୁ ଏହା ଏକ ସ୍ୱୀକୃତି । ଏଲପିଜି ବିତରଣ କର୍ମୀଙ୍କ ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା ରହିଛି ।
ଅନ୍ୟପକ୍ଷରେ ଦେଶର ରାଷ୍ଟ୍ରାୟତ୍ତ ତୈଳ ଓ ଗ୍ୟାସ କମ୍ପାନିମାନେ ପ୍ରଧାନମନ୍ତ୍ରୀ-କେୟାର ଫଣ୍ଡକୁ ୧୦୩୧ କୋଟି ଟଙ୍କାର ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହା ଛଡ଼ା ତୈଳ କମ୍ପାନିଗୁଡ଼ିକର କର୍ମଚାରୀମାନେ ନିଜ ଦରମାରୁ ପ୍ରାୟ ୬୧ କୋଟି ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । କମ୍ପାନିମାନଙ୍କ ଏହି ପଦକ୍ଷେପକୁ ଧର୍ମେନ୍ଦ୍ର ପ୍ରଧାନ ପ୍ରସଂଶା କରିଛନ୍ତି ।

ସମ୍ବନ୍ଧିତ ଖବର