ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରିତ: ଶପଥ ଗ୍ରହଣ କଲେ ୧୮ ମନ୍ତ୍ରୀ, ସଞ୍ଜୟ ରାଥୋଡଙ୍କୁ ବିଜେପିର ବିରୋଧ
ମୁମ୍ବାଇ: ଆଜି ପ୍ରଥମ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ମହାରାଷ୍ଟ୍ରରେ ୧୮ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ଭଗତ ସିଂହ କୋଶ୍ୟାରି ୧୮ ଜଣ ବିଧାୟକଙ୍କୁ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରାଇଛନ୍ତି। ମୁମ୍ବାଇ ରାଜଭବନରେ ଶପଥ ଗ୍ରହଣ କରିଥିବା ବିଜେପିର ୯ ଜଣ ବିଧାୟକଙ୍କ ମଧ୍ୟରେ ଚନ୍ଦ୍ରକାନ୍ତ ପାଟିଲ୍ ଏବଂ ବିଜୟ କୁମାର ଗାଭିଟ୍ ଅଛନ୍ତି। ଶିବସେନାରୁ ସିନ୍ଦେ ଗୋଷ୍ଠୀର ଗୁଲାବରାଓ ପାଟିଲ୍ ଓ ଦାଦାଜୀ ଡଗଡୁ ଭୁସେ ଶପଥ ଗ୍ରହଣ କରିଛନ୍ତି।
Maharashtra Cabinet expansion | Governor Bhagat Singh Koshyari administers the oath of office to 18 MLAs as ministers pic.twitter.com/2eDIBVxWj3
— ANI (@ANI) August 9, 2022
ତେବେ ସିନ୍ଦେ ଗୋଷ୍ଠୀରୁ ସଞ୍ଜୟ ରାଥୋଡଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ୍ କରାଯିବା ନେଇ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ୨୦୨୧ ମସିହାରେ ଏକ ଆତ୍ମହତ୍ୟା ମାମଲାରେ ରାଥୋଡ ଛନ୍ଦି ହୋଇଥିବା ବେଳେ ତାଙ୍କୁ ଇସ୍ତଫା ଦେବାକୁ ବିଜେପି ସେ ସମୟରେ ଚାପ ପକାଇଥିଲା। ଏବେ ସେ ମନ୍ତ୍ରିମଣ୍ଡଳରେ ସାମିଲ୍ ହେବା ନେଇ ଅସନ୍ତୋଷ ଦେଖାଦେଇଛି। ମହାବିକାଶ ଅଘାଡ଼ି ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାରେ ସେ ଥିଲେ ପ୍ରଥମ ମନ୍ତ୍ରୀ।
Chandrakant Patil and Vijay Kumar Gavit are among the nine BJP leaders who are taking oath as ministers in Maharashtra Cabinet at Raj Bhavan in Mumbai pic.twitter.com/DCyzwjEVVa
— ANI (@ANI) August 9, 2022
ଗତ ଜୁନ୍ ୩୦ ତାରିଖରେ ଏକନାଥ ସିନ୍ଦେ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ୫ ସପ୍ତାହ ପରେ ଆଜି ପ୍ରଥମ ପର୍ଯ୍ୟାୟ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ହୋଇଛି।