ସହିଦ ଜୟୀ ରାଜଗୁରୁଙ୍କ ୨୧୫ତମ ବଳିଦାନ ଦିବସ ପାଳିତ

ଖୋର୍ଦ୍ଧା : ବ୍ରିଟିଶ୍ ବିରୋଧରେ ପ୍ରଥମ ସଶସ୍ତ୍ର ଓ ସଂଘବଦ୍ଧ ସଂଗ୍ରାମ ପାଇକ ବିଦ୍ରୋହ ଦେଶର ପ୍ରଥମ ସହିଦ ଜୟୀ ରାଜଗୁରୁ ବୋଲି ଆଜି ଜୟୀ ରାଜଗୁରୁଙ୍କ ୨୧୫ତମ ବଳିଦାନ ଦିବସରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଐତିହାସିକ ମତବ୍ୟକ୍ତ କରିଛନ୍ତି ।
ନ୍ୟୁ ଥିକିଙ୍ଗ୍ ଫୋରମ୍ ପକ୍ଷରୁ ସ୍ଥାନୀୟ ପଞ୍ଚ ପାଇକ ପୀଠ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଫୋରମର ସଭାପତି ନରେନ୍ଦ୍ର ପୃଷ୍ଟି ଅଧ୍ୟକ୍ଷତା କରିଥିଲେ । ସହରର ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସହିଦଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିବା ସହ ତାଙ୍କର ସ୍ମୃତିଚାରଣ କରିଥିଲେ । ପାଇକ ବିଦ୍ରୋହକୁ କେନ୍ଦ୍ର ସଂସ୍କୃତିମନ୍ତ୍ରୀ ପ୍ରଥମ ସ୍ୱାଧୀନତା ସଂଗ୍ରାମ ନୁହେଁ ବୋଲି କହିବା ଦୁର୍ଭାଗ୍ୟଜନକ ବୋଲି ମତ ପୋଷଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବୀ ଶିଶିର ପରିଡ଼ା, ପ୍ରମୋଦ ସାହୁ, ଅଦ୍ୱୈତ ପ୍ରଧାନ, ବିକ୍ରମ ଚମ୍ପତ୍ତି, ବସନ୍ତ ଦାସ, ସୁବାସ ପାତ୍ର, ଡ. ବୃନ୍ଦାବନ ପଣ୍ଡା, ବିପ୍ର ବେହେରା, ବାସା ଖାଁ , ମୁମତାଜ୍ ଖାଁ, ଇତିଶ୍ରୀ ସାହୁ, ଗୋପାଳ ଦାସ, ବୈକୁଣ୍ଠ ରାଜଗୁରୁ, ସୁବାସ ସାମନ୍ତରାୟ, ବୈକୁୁଣ୍ଠ ମହାପାତ୍ର, ଧରଣୀ ଛୋଟରାୟ, ବିଜୟ ପ୍ରଧାନ, ପ୍ରଫୁଲ୍ଳ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର