ଆଇଫୋନ କାରଖାନାରେ ହିଂସା ସରକାରଙ୍କ ‘ମେକ ଇନ ଇଣ୍ଡିଆ’ ଯୋଜନାକୁ ପ୍ରଭାବିତ କରିବ

ବାଙ୍ଗାଲୁରୁ  : ଆଇଫୋନ ନିର୍ମାଣ କରୁଥିବା ତାଇଓ୍ବାନ କମ୍ପାନି ଓ୍ବିଷ୍ଟ୍ରନର କର୍ଣ୍ଣାଟକ ପ୍ଲାଣ୍ଟରେ ହୋଇଥିବା କର୍ମଚାରୀ ହିଂସା ଆପଲ କମ୍ପାନିର ଭାରତରେ ନିବେଶ ଯୋଜନାକୁ ଧକ୍କା ପହଞ୍ଚାଇବାର ଆଶଙ୍କା ରହିଛି । ଏପରିକି ସାମଗ୍ରିକ ଭାବେ ଏହି ଘଟଣା ଅନ୍ତର୍ଜାତୀୟ ସ୍ତରରେ ସରକାରଙ୍କ ‘ମେକ ଇନ ଇଣ୍ଡିଆ’ ଯୋଜନାକୁ ନକାରାତ୍ମକଭାବେ ପ୍ରଭାବିତ କରିବ ବୋଲି ବିଶେଷଜ୍ଞମାନେ ମନେ କରୁଛନ୍ତି ।

ଗତ ଶନିବାରଦିନ କର୍ଣ୍ଣାଟକର କୋଲାର ଜିଲ୍ଲାରେ ଥିବା ଓ୍ବିଷ୍ଟ୍ରନ ପ୍ଲାଣ୍ଟରେ କର୍ମଚାରୀ ଅସନ୍ତୋଷ ହିଂସାତ୍ମକ ରୂପ ନେଇଥିଲା । ଉପଯୁକ୍ତ ପରିମାଣରେ ଦରମା ମିଳୁନଥିବା ଦର୍ଶାଇ ହଜାର ହଜାର ଠିକ କର୍ମଚାରୀ କର୍ମାନିର କାରଖାନାରେ ଭଙ୍ଗାରୁଜା କରିବା ସହ ଶହ ଶହ ସଂଖ୍ୟାରେ ଆଇଫୋନ ଲୁଟି ନେଇଥିଲେ । ଏହା ଦ୍ବାରା ଓ୍ବିଷ୍ଟ୍ରନ ପ୍ରାୟ ୬୦ ନିୟୁତ ଡଲାରର କ୍ଷତି ସହିଥିବା କୁହାଯାଉଛି ।

ଏହି ହିଂସାକୁ ନେଇ କେନ୍ଦ୍ର ସରକାର ଚିନ୍ତା ପ୍ରକଟ କରିବା ସହ ତୁରନ୍ତ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ସହ ଯଥାଶୀଘ୍ର ପ୍ଲାଣ୍ଟକୁ ଚାଲୁ କରିବା ଲାଗି ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଚୀନରୁ ଅନେକ କମ୍ପାନି ଭାରତ, ଇଣ୍ଡୋନେସିଆ, ଭିଏତନାମ, ଥାଇଲାଣ୍ଡ ପ୍ରଭୃତି ଦେଶକୁ ନିଜ ନିଜର ପ୍ଲାଣ୍ଟ ସ୍ଥାନାନ୍ତରିତ କରୁଥିବାବେଳେ ଭାରତର ଏହି ଆଇନ ଶୃଙ୍ଖଳା ପରିସ୍ଥିତି ସେମାନଙ୍କୁ ଚିନ୍ତାରେ ପକାଇଦେଇଛି ।

ସମ୍ବନ୍ଧିତ ଖବର