ଅନୁସନ୍ଧାନ କରୁଥିବା ବର୍ଗ

Leading

ବାଲିଅନ୍ତା ତହସିଲ୍‌ ଅମିନଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ଖୋର୍ଦ୍ଧା: ଆୟ ବର୍ହିଭୂତ ସମ୍ପତି ଠୁଳ ଅଭିଯୋଗରେ ବାଲିଅନ୍ତା ତହସିଲର ଅମିନ ଫକୀର ମୋହନ ଜେନାଙ୍କ ଘରେ ଭିଜିଲାନ୍‌ସର ଚଢାଉ କରିଛି। ୪ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଛି ଭିଜିଲାନ୍ସ। ତେବେ ପୁରୀ, ବ୍ରହ୍ମଗିରି, ଭୁବନେଶ୍ୱର ବାସଭବନ ସମେତ ବାଲିଅନ୍ତା ତହସିଲରେ ଭିଜିଲାନ୍‌ସ ଚଢାଉ କରୁଛି।…
ଅଧିକ ଖବର ଦେଖନ୍ତୁ...

ବିଜେପୁର ଚାଷୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଗଙ୍ଗାଧର ମେହେର ଲିଫ୍ଟ କେନାଲ ସିଷ୍ଟମ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମ ଦିନ। ଜନ୍ମ ଦିନରେ ଲୋକଙ୍କୁ ଉପହାର ମିଳିଥାଏ। ମାତ୍ର ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମରୁଡ଼ି ପ୍ରପୀଡ଼ିତ ବରଗଡ଼ ଜିଲ୍ଲାର ବିଜେପୁର ଅଞ୍ଚଳର ଚାଷୀଙ୍କୁ ଜଳସେଚନର ପାଇଁ ୧୨୫୦ କୋଟି ଟଙ୍କାର ଉପହାର ଦେଇଛନ୍ତି। ସମଗ୍ର ଦେଶରେ…
ଅଧିକ ଖବର ଦେଖନ୍ତୁ...

ଅଯୋଧ୍ୟାରେ ମେଗା ଦୀପାବଳି ଯୋଜନା କରୁଛନ୍ତି ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ: ଏ ବର୍ଷ ଅଯୋଧ୍ୟାରେ ଦୀପାବଳି ପାଳନ କରିବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ବିବାଦକୁ ସ୍ପଷ୍ଟ ଏଡ଼ାଇ ସେ କହିଛନ୍ତି ଯେ ରାମଜନ୍ମଭୂମି ଝାମେଲା ସହ ଏହି ଉତ୍ସବର କୌଣସି ସଂଯୋଗ ନାହିଁ। ନିଜ ସହଯୋଗୀମାନଙ୍କ ସହ ଅଯୋଧ୍ୟାରେ ଦୀପାବଳି ବିତାଇବାକୁ ସ୍ଥିର…
ଅଧିକ ଖବର ଦେଖନ୍ତୁ...

ତାଜମହଲ ଭାରତୀୟ ସଂସ୍କୃତି ନୁହେଁ: ବିଜେପି ବିଧାୟକ ସୋମ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ବିଜେପି ବିଧାୟକ କହିଛନ୍ତି ଯେ ହିନ୍ଦୁଙ୍କ ମୂଳୋତ୍ପାଟନ ପାଇଁ ଉଦ୍ୟମ କରିଥିବା ମୋଗଲ ସମ୍ରାଟ ଶାହା ଜହାନ୍‌ ପରି ଲୋକମାନଙ୍କୁ ଯଦି ଇତିହାରସ ଅଂଶ ଏବଂ ସଂସ୍କୃତି ଭାବେ ଦେଖାଯାଏ, ଆମେ ସେ ଇତିହାସକୁ ବଦଳାଇ ଦେବୁ। ଏବେ ମଧ୍ୟ ଯଦି ସେଭଳି ଲୋକଙ୍କୁ ଗୌରବମୟ…
ଅଧିକ ଖବର ଦେଖନ୍ତୁ...

ଯୁବତୀଙ୍କୁ ଆଶ୍ରମ ଭିତରେ ଦୁଷ୍କର୍ମ କରି ଜୈନମୁନୀ ଗିରଫ

ସୁରଟ: ଭାରତୀୟ ଜନ ଜୀବନରେ ବାବା, ମୁନି ଋଷିମାନଙ୍କର ଏକ ସ୍ୱତନ୍ତ୍ର ପରିଚୟ ରହିଛି। ସେମାନଙ୍କୁ ଲୋକେ ବେଶ ଉଚ୍ଚ ଆସନରେ ବସାଇଥାନ୍ତି। ହୁଏତ ସେଇଥି ପାଇଁ ଆଜି ମଧ୍ୟ ଲୋକେ କୌଣସି ସାଧୁ ସନ୍ଥଙ୍କୁ ଦେଖିଲେ ସେମାନଙ୍କୁ ସମ୍ମାନଦ କରିଥାନ୍ତି ଓ ସାହାଯ୍ୟ କରିବାକୁ ଆଗେଇ ଆସିଥାନ୍ତି। କିନ୍ତୁ…
ଅଧିକ ଖବର ଦେଖନ୍ତୁ...

ସୋମାଲିଆରେ ଶକ୍ତିଶାଳୀ ବୋମା ବିସ୍ଫୋରଣ: ୨୭୬ ମୃତ

ମୋଗାଦିଶୁ: ସୋମାଲିଆର ରାଜଧାନୀରେ ଏକ ଶକ୍ତିଶାଳୀ ବୋମା ବିସ୍ଫୋରଣ ଘଟିବାରୁ ୨୭୬ ଜଣ ଲୋକଙ୍କର ମୃତ୍ୟୁ ଘଟିବା ସହ ୩୦୦ ଲୋକ ଆହତ ହୋଇଛନ୍ତି। ସୋମବାର ସକାଳେ ଏ କଥା ଘୋଷଣା କରିଛନ୍ତି ଦେଶର ସୂଚନା ମନ୍ତ୍ରୀ। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ। ଅବ୍‌ଦିରହମନ୍‌ ଓସ୍‌ମାନ୍‌ ଏକ ଟୁଇଟ୍‌ରେ ଏହି…
ଅଧିକ ଖବର ଦେଖନ୍ତୁ...

ମାଲକାନଗିରି: ମାଓବାଦୀ ବ୍ୟବସାୟୀଙ୍କୁ ହତ୍ୟା କଲେ, ପୁଲିସ ରେସନ ଲୁଟିଲେ

ମାଲକାନଗିରି : ଓଡ଼ିଶା ଓ ଆନ୍ଧ୍ରପଦେଶ ସୀମାନରେ ଥିବା ମାଓବାଦୀମାନେ ଅତ୍ୟନ୍ତ ହିଂସ୍ର ହୋଇ ଉଠିଛନ୍ତି। ଗତକାଲି  ମାଲକାନଗିରି ସୀମାନ୍ତ ଆନ୍ଧ୍ରପଦେଶରର ବିଶାଖା ଜିଲ୍ଲା ଆନ୍ନଭରରମ ଥାନା ଅନ୍ତର୍ଗତଆନ୍ନାଭରମ ଗ୍ରାମର ଗୋମ୍ପା ଲୋଭା ରାଜୁ(୩୦ ବର୍ଷ) ନାମକ ଜଣେ ବ୍ୟବସାୟୀଙ୍କୁ ଗୁଳି କରି ହତ୍ୟା…
ଅଧିକ ଖବର ଦେଖନ୍ତୁ...

ବେଙ୍ଗାଲୁରୁରେ ସିଲିଣ୍ଡର୍‌ ବିସ୍ଫୋରଣ: ଘର ଭାଙ୍ଗିପଡ଼ିବାରୁ ୭ ମୃତ

ବେଙ୍ଗାଲୁରୁ: ସୋମବାର ସକାଳେ ବେଙ୍ଗାଲୁରୁର ଏଜିପୁର ଅଞ୍ଚଳରେ ଏକ ସିଲିଣ୍ଡର୍‌ ବିସ୍ଫୋରଣ ଘଟି ଏକ ଦୁଇ ମହଲା ଘର ଭାଙ୍ଗି ପଡ଼ିବାରୁ ଅନ୍ୟୂନ ସାତ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ। ପ୍ରତ୍ୟକ୍ଷଦର୍ଶୀମାନେ କହନ୍ତି: ସକାଳ ପ୍ରାୟ ୭ଟାବେଳେ ବିସ୍ଫୋରଣ…
ଅଧିକ ଖବର ଦେଖନ୍ତୁ...

ପୁରୀ ଡାକ୍ତରଖାନାରେ ସଜ୍ଞାହୀନ ଅଜଣା ଯୁବତୀ: ଦୁଇ ଯୁବକ ଥାନାରେ ଅଟକ

ପୁରୀ: ଗତକାଲି ରାତିରେ ଜଣେ ଯୁବତୀଙ୍କୁ ସଜ୍ଞାହୀନ ଅବସ୍ଥାରେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି କରାଯାଇଛି। ଯୁବତୀଙ୍କ ପୋଷାକପତ୍ର ବିପର୍ଯ୍ୟସ୍ତ ଥିବାରୁ ପୁଲିସ ଯୁବତୀଙ୍କ ସଜ୍ଞା ଫେରିବା ପର୍ଯ୍ୟନ୍ତ ତାଙ୍କ ବୟାନକୁ ଅପେକ୍ଷା କରିଛି। ଅପରପକ୍ଷେ ଏହି ଘଟଣାରେ ବ୍ରହ୍ମଗିରି…
ଅଧିକ ଖବର ଦେଖନ୍ତୁ...

ଏମେରାଲ୍‌ଡ୍‌ ଷ୍ଟାର୍‌ର ଦୁର୍ଗତ ନାବିକଙ୍କ ଉଦ୍ଧାର ପାଇଁ ନୌସେନା ବିମାନ ପଠାଇଲା ଭାରତ

ନୂଆଦିଲ୍ଲୀ: ଫିଲିପ୍ପିନ୍‌ସ୍‌ର ଉତ୍ତର-ପୁର୍ବ ସମୁଦ୍ର ଜଳରାଶି ମଧ୍ୟରେ ବୁଡ଼ି ଯାଇଥିବା ପଣ୍ୟବାହୀ ଜାହାଜ ଏମ୍‌ଭି ଏମେରାଲ୍‌ଡ୍‌ ଷ୍ଟାର୍‌ର ନାବିକମାନଙ୍କୁ ଖୋଜିବା ନିମନ୍ତେ ଭାରତ ମାନିଲାକୁ ନୌବାହିନୀର ଏକ ପାଟ୍ରୋଲ୍‌ ବିମାନ ପଠାଇଛି। ରବିବାର ରାତିରେ ପଠାଯାଇଥିବା ପି-୧୮ ପାଟ୍ରୋଲ୍‌…
ଅଧିକ ଖବର ଦେଖନ୍ତୁ...