ଜୁଆଣିରେ ଅଛି ଅନେକ ଭଲ ଗୁଣ; ପେଟ ସମସ୍ୟା ପାଇଁ ଅବ୍ୟର୍ଥ ଔଷଧ

ଜୁଆଣି ଆପଣଙ୍କ ଘରେ ଥିବ ନିଶ୍ଚୟ। ଏହାକୁ ବିଭିନ୍ନ କାର୍ଯ୍ୟରେ ବ୍ୟବହାର କରାଯାଇଥାଏ। ଏହାକୁ ମଣ୍ଡାପିଠା ପୂର, ପ‌ୋଡ଼ପିଠା ପରି ଆହୁରି ଅନେକ ଖାଦ୍ୟରେ ମିଶ୍ରଣ କରାଯାଏ। ଏଥିରେ ଅନେକ ଭଲ ଗୁଣ ରହିଛି, ଯାହାକୁ ଖାଇଲେ ଶରୀରର ଅନେକ ରୋଗ ଦୂର ହୋଇପାରେ।

: ଜୁଆଣିରେ ପ୍ରଚୁର ପରିମାଣର ନ୍ୟୁଟ୍ରିୟସ୍‌ ଅଛି। ଏଥିରେ ଫାଇବର୍‌, ଆଣ୍ଟିଅକ୍ସିଡାଣ୍ଟ୍‌ ସହିତ ବିଭିନ୍ନ ପ୍ରକାରର ଭିଟାମିନ୍‌ ଓ ମିନେରାଲ୍‌ ମଧ୍ୟ ରହିଛି। ଏଥିରେ ଅନେକ ଔଷଧୀୟ ଗୁଣ ଥିବାରୁ ଏହାକୁ ଭାରତୀୟ ଔଷଧରେ ବି ବ୍ୟବହାର କରାଯାଏ।

: ଏହାକୁ ଖ‌ାଇଲେ ବ୍ୟାକ୍ଟେରିଆ ନାଶ ହୋଇଥ‌ାନ୍ତି। ଅନେକ ପ୍ରକାରର ପେଟ ରୋଗ ଭଲ ହୋଇଥାଏ ଜୁଆଣି ଖାଇଲେ। ବିଶେଷ କରି ଗ୍ୟାସ୍‌ କିମ୍ବା ମାସିକଧର୍ମ ସମୟରେ ହେଉଥିବା ପେଟ କଟା ସମୟରେ ଏହାକୁ ଖାଇଲେ ଉପଶମ ମିଳିଥାଏ।

My Favourite Pastime

: ଜୁଆଣି ଶରୀରରୁ କୋଲେଷ୍ଟ୍ରଲ୍‌ ସ୍ତରକୁ କମ୍‌ କରିଥାଏ। କୋଲେଷ୍ଟ୍ରଲ୍‌ ଅଧିକ ରହିଲେ ହୃଦ୍‌ଘାତ ହେବାର ସମ୍ଭାବନା ରହିଥାଏ ଯେହେତୁ ଜୁଆଣି ଖାଇବା ଦ୍ବାରା ସେ ଭୟ କମ୍‌ ହୋଇଥାଏ।

: ଜୁଆଣି ରକ୍ତଚାପ କମ୍‌ କରିଥାଏ। ଉଚ୍ଚ ରକ୍ତଚାପ ଥିବା ରୋଗୀମାନେ ପ୍ରତିଦିନ ଜୁଆଣି ଖାଇବା ବି ସେମାନଙ୍କ ପକ୍ଷେ ଭଲ।

: ଯଦି ଆପଣଙ୍କର କଫ ସମସ୍ୟା ଅଛି ତେବେ ଜୁଆଣି ଖାଇଲେ ଏହାକୁ ଦୂରେଇ ଦେଇ ହେବ।

ସମ୍ବନ୍ଧିତ ଖବର