ଏସିଡିଟି ସମସ୍ୟା ରହିଛି କି! ଏହି ଉପାୟକୁ ଆପଣାଇ ତୁରନ୍ତ ପାଆନ୍ତୁ ଆରାମ
ଆଜିକାଲି ଅନେକ ଏସିଡିଟି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ନିମ୍ନରେ ଦିଆଯାଇଥିବା ଉପାୟ ଅବଲମ୍ବନ କରି ଆପଣ ଏହି ସମସ୍ୟାରୁ ଦୂରେଇ ରହିପାରିବେ।
Sambad is now on WhatsApp
Join and get latest news updates delivered to you via WhatsApp
୧: ଶୋଇବାର ତିନି-ଚାରି ଘଣ୍ଟା ପୂର୍ବରୁ ରାତ୍ରି ଭୋଜନ କରି ନିଅନ୍ତୁ। ଏହାଦ୍ୱାରା ଖାଦ୍ୟ ସଠିକ୍ ଭାବେ ହଜମ ହୋଇଥାଏ। ଯାହାଦ୍ୱାର ସକାଳୁ ଉଠିଲେ ଶରୀର ଫୁର୍ତ୍ତି ଲାଗିବା ସହିତ କାମ କରିବାରେ ମନ ଲାଗିଥାଏ।
୨:ପ୍ରତିଦିନ ଖାଇ ସାରିବା ପରେ ଗୋଟିଏରୁ ଦୁଇଟି କଦଳୀ ଖାଆନ୍ତୁ। କାହିଁକି ନା, କଦଳୀରେ ରହିଛି ପ୍ରାକୃତିକ ଆଣ୍ଟାସିଡ୍, ଯାହା ଏସିଡିଟିକୁ ଦୂର କରିଥାଏ।
୩:ରାତିରେ ପେଟ ପୂରା ନ ଖାଇ ହାଲକା ଖାଦ୍ୟ ଗ୍ରହଣ କରନ୍ତୁ। ଏହାଦ୍ୱାରା ଖାଦ୍ୟ ହଜମ ସହଜରେ ହେବ ଓ ଏସିଡ୍ ଅଧିକ ମାତ୍ରାରେ ତିଆରି ହୋଇପାରିବ ନାହିଁ।
୪:ଖାଇ ସାରିଲା ପରେ ପାନମଧୁରୀ, ଲବଙ୍ଗ କିମ୍ବା ଅଲେଇଚ ଚୋବାନ୍ତୁ, ଏହା ଏସିଡ୍କୁ ନ୍ୟୁଟ୍ରାଲାଇଜ୍ (ପ୍ରଭାବହୀନ) କରିଥାଏ।
୫:ରାତ୍ରିଭୋଜନ ପରେ ଅଧା ଗ୍ଲାସ୍ରୁ ଏକ ଗ୍ଲାସ୍ ଥଣ୍ଡା କ୍ଷୀର ପିଅନ୍ତୁ, ଏହା ଏସିଡ୍କୁ ଡାଇଲୁଟ୍ କରିଥାଏ ଓ ପୀଡ଼ାରୁ ମଧ୍ୟ ମୁକ୍ତି ଦେଇଥାଏ।