ଏହି ଲୋକେ ଭୁଲ୍‌ରେ ବି ଖାଆନ୍ତୁ ନାହିଁ କଦଳୀ!

ସାଧାରଣତଃ କଦଳୀ  ଖାଇବା ଦ୍ୱାରା ବ୍ୟକ୍ତି ଶରୀରକୁ ଅନେକ ପ୍ରକାରର ଫାଇଦା ମିଳିଥାଏ। ହେଲେ ଏମିତି କିଛି ପରିସ୍ଥିତିରେ ଏହାର ଅତ୍ୟଧିକ ମାତ୍ରାର ସେବନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇଥାଏ। ଏହି କାରଣକୁ ନେଇ ବିଏସ୍‌ଆର୍‌ ହସ୍ପିଟାଲ୍‌ର ମୁଖ୍ୟ ଡ଼ାଇଟିସିଆନ୍‌ ଡ଼ା ସ୍ୱିଟି ଯାଦବ, କଦଳୀର ୩ଟି ଫାଇଦା ବିଷୟରେ କହିବା ସହିତ କେଉଁମାନେ ଏହାର ସେବନଠାରୁ ନିଜକୁ ଦୂରେଇ ରଖିବା ଉଚିତ୍‌ ତାହା ମଧ୍ୟ କହିଛନ୍ତି।
କେଉଁ ତିନି ଶ୍ରେଣୀର ଲୋକଙ୍କପାଇଁ କଦଳୀର ସେବନ ଲାଭପ୍ରଦ ଅଟେ ଆସନ୍ତୁ ଜାଣିବା…..

୧-ଯେଉଁମାନେ ଓ୍ଵାର୍କଆଉଟ୍‌ କରୁଛନ୍ତି:- ଯଦି ଆପଣ ଓ୍ଵାର୍କଆଉଟ୍‌ କରୁଛନ୍ତି ତ,ତେବେ ଆପଣଙ୍କ ଓ୍ଵାର୍କଆଉଟ୍‌ ପରେ ନିହାତି ଭାବରେ କଦଳୀର ସେବନ କରନ୍ତୁ, କାହିଁକିନା ଏଥିରେ ରହିଥିବା ପୋଟାସିଅମ୍‌ ଯୋଗୁଁ ବ୍ୟକ୍ତିକୁ ତୁରନ୍ତ ହିଁ ଶକ୍ତି ମିଳିଥାଏ।
୨-ଯେଉଁମାନେ ଛାତ୍ର ଛାତ୍ରୀ ଅଟନ୍ତି:-ଏଥିସହିତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ପ୍ରତ୍ୟେକ ଦିନ ଗୋଟେ ଲେଖାଏଁ କଦଳୀ ଖାଇବା ଅତ୍ୟନ୍ତ ଆବଶ୍ୟକ ଅଟେ, ଯାହାକି ପିଲାଙ୍କ ମସ୍ତିଷ୍କର କ୍ଷମତା ବଢ଼ାଇବା ସହିତ ତାଙ୍କର ସ୍ମରଣ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ।
୩-ଯେଉଁ ବ୍ୟକ୍ତି ଅବସାଦଗ୍ରସ୍ତ ଅଟନ୍ତି:-ତେବେ ଅବସାଦଗ୍ରସ୍ଥ ବ୍ୟକ୍ତିଙ୍କ ଲାଗି ମଧ୍ୟ କଦଳୀ ଏକ ରାମବାଣ ସଦୃଶ କାର୍ଯ୍ୟ କରିଥାଏ।ଏଥିରେ ଥିବା ଅମିନୋ ଏସିଡ଼ିର ମାତ୍ରାଧିକ ପରିମାଣ ଯୋଗୁଁ ହର୍ମୋନ୍‌ର ଲେବୁଲ୍‌ ନିୟନ୍ତ୍ରଣରେ ରୁହେ ଏବଂ ଉକ୍ତ ବ୍ୟକ୍ତିଙ୍କର ମୁଡ଼୍‍ ମଧ୍ୟ ଭଲ ରୁହେ।
ଆସନ୍ତୁ ଜାଣିବା କଦଳୀର ଫାଇଦା ବିଷୟରେ…..

୧-କଦଳୀରେ ଭିଟାମିନ୍‌- ସି ରହିଥାଏ।ଯାହାକି ବ୍ୟକ୍ତିର ଦୂର୍ବଳତାକୁ ଦୂର କରି ତାହାକୁ ଶକ୍ତି ଯୋଗାଇଥାଏ।
୨-ଏଥିସହିତ କଦଳୀରେ ଭରପୁର ମାତ୍ରାରେ ଭିଟାମିନ-B6 ରହିଥାଏ।ଏହାର ସେବନ ମସ୍ତିଷ୍କକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ।
୩-କଦଳୀରେ ମଜ୍‌ଭୁତ୍‌ ହୋଇ ରହିଥିବା ପୋଟାସିଅମ୍‌ ଯୋଗୁଁ ମଧ୍ୟ ହୃତ୍‌ଘାତଜନିତ ସମସ୍ୟା ଠାରୁ ବ୍ୟକ୍ତି ବଞ୍ଚିଥାଏ।

ଏବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତିମାନେ ଏହାର ସେବନଠୁଁ ଦୂରେଇ ରହିବା ଉଚିତ୍‌

PHOTO-purch.com

୧-ଯେଉଁମାନଙ୍କର ଓଜନ ଅଧିକ ଅଟେ,ସେମାନେ ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ, କାହିଁକିନା କଦଳୀରେ କ୍ୟାଲୋରୀର ମାତ୍ରା ଅଧିକ ରହିଥାଏ,ଯାହାକି ଓଜନ ବୃଦ୍ଧିରେ ସହାୟକ ହୋଇଥାଏ।
୨-ଏଥିସହିତ ଯେଉଁ ବ୍ୟକ୍ତିମାନଙ୍କର ମସଲ୍ସ ଜନିତ ସମସ୍ୟା ରହିଛି,ସେମାନେ ମଧ୍ୟ ଏହାର ସେବନଠାରୁ ଦୂରେଇ ରୁହନ୍ତୁ।କଦଳୀରେ ପ୍ରୋଟିନ୍‌ର ମାତ୍ରା କମ୍‌ ଥିବାରୁ ଏହା ମସଲ୍ସକୁ ଦୂର୍ବଳ କରି ଦେଇଥାଏ।
୩-ଏତଦ୍‌ବ୍ୟତୀତ ଯେଉଁ ବ୍ୟକ୍ତିଙ୍କର ଗ୍ୟାସ୍‌ଷ୍ଟ୍ରିକ୍‌ଜନିତ ସମସ୍ୟା ରହିଛି ସେମାନେ ମଧ୍ୟ କଦଳୀ ଖାଆନ୍ତୁ ନାହିଁ।ସାଧାରଣତଃ କଦଳୀରେ ଫ୍ରକ୍ଟୋଜ୍‌ ରହିଥାଏ।ତେଣୁ ଅଧିକ ମାତ୍ରାରେ କଦଳୀ ସେବନ ଯୋଗୁଁ ଗ୍ୟାସ୍‌ଷ୍ଟ୍ରିକ୍‌ ସମସ୍ୟା ବଢ଼ିଯାଇଥାଏ।
୪-ଏଥିସହିତ ଯେଉଁ ବ୍ୟକ୍ତିଙ୍କର ମୁଣ୍ଡବିନ୍ଧା ଜନିତ ସମସ୍ୟା ରହିଛି,ସେମାନେ ମଧ୍ୟ ଏହାର ସେବନ ଠାରୁ ଦୂରେଇ ରୁହନ୍ତୁ,କାରଣ କଦଳୀରେ ଥାୟରେମିନ୍‌ ରହିଥାଏ। ତେଣୁ କଦଳୀ ଖାଇଲେ ମୁଣ୍ଡବ୍ୟଥା ଏବଂ ମାଇଗ୍ରେନ୍‌ର ପ୍ରଭାବ ବଢ଼ିବାକୁ ଲାଗେ।

ସମ୍ବନ୍ଧିତ ଖବର