ଆପଣଙ୍କ ତ୍ୱଚାରେ ଦାଗ ରହିଛି କି ? ଆପଣାନ୍ତୁ ଆଳୁରୁ ତିଆରି ଏହି ‘ଫେସ୍‌ମାସ୍କ’

ସାଧାରରତଃ ରୋଷେଇ ଘରର ଯଦି କାହାରିକୁ ଜୀବନ ବୋଲି କୁହାଯାଏ ତ,ତେବେ ତାହା ଯେ ଆଳୁ,ଏଥିରେ କାହାରି ବି ସନ୍ଦେହ କରିବାର ନାହିଁ। କାହିଁକିନା ଏହି ଆଳୁରେ ହିଁ ରହିଛି ସମସ୍ତ ପରିବାର ଅଭାବକୁ ପୂରଣ କରିବାର ଦମ୍‌। ତେବେ ଆଜି ଆମେ ଆପଣଙ୍କୁ ଏହି ଆଳୁକୁ ନେଇ ପ୍ରସ୍ତୁତ ହୋଇଥିବା ଏକ ‘ଫେସ୍‌ମାସ୍କ’ବିଷୟରେ କହିବୁ, ଯାହାକିି ଆପଣଙ୍କ ତ୍ୱଚାରେ ରହିଥିବା ସମସ୍ତ ଦାଗଦାଗକୁ ଦୂରାଇଦେଇଥାଏ। ଆସନ୍ତୁ ଜାଣିବା ଆଳୁର ‘ଫେସ୍‌ମାସ୍କ’କୁ ପ୍ରସ୍ତୁତ କରିବାର ଉପାୟ ବିଷୟରେ…..।

ଆବଶ୍ୟକୀୟ ସାମଗ୍ରୀ:
୧- ଏକ ଚାମଚ ଆଳୁର ରସ।
୨-୫ରୁ ୬ବୁନ୍ଦା ଲେମ୍ବୁ ରସ।
୩-ଏକ ଚାମଚ ଗୋଲାପ ଜଳ।

ପ୍ରସ୍ତୁତି ପ୍ରଣାଳୀ:ତେବେ ଏହି ‘ଫେସ୍‌ମାସ୍କ’କୁ ପ୍ରସ୍ତୁତ କରିବାକୁ ହେଲେ ସର୍ବ ପ୍ରଥମେ ଆପଣଙ୍କୁ ଆଳୁର ଚୋପାକୁ ଛଡ଼ାଇ ତାହାର ଏକ ପେଷ୍ଟ୍‍ ବନାଇବାକୁ ପଡ଼ିବ। ଏହାପରେ ଆପଣଙ୍କୁ ଏହାର ପେଷ୍ଟ୍‍କୁ କୌଣସି ଏକ ଧଳା କପଡ଼ାରେ ଛାଣିକରି ତାହାର ରସକୁ ବାହର କରିବାକୁ ହେବ। ଏହାପରେ ଆପଣଙ୍କୁ ଏକ ପାତ୍ର ନେଇ ସେଥିମଧ୍ୟରେ ଏକ ବଡ଼ ଚାମଚରେ ଚାମଚେ ଆଳୁର ରସ, ୫ରୁ ୬ ବୁନ୍ଦା ଲେମ୍ବୁ ରସ ଏବଂ ଏକ ଛୋଟ ଚାମଚରେ ଚାମଚେ ଗୋଲାପ ଜଳକୁ ମିଶ୍ରଣ କରି ଏହାର ଏକ ‘ଫେସ୍‌ମାସ୍କ’ ପ୍ରସ୍ତୁତ କରିବାକୁ ହେବ।

ଏହାପରେ ଆପଣଙ୍କୁ ଏହି ‘ଫେସ୍‌ମାସ୍କ’କୁ ତ୍ୱଚାରେ ୧୦ରୁ ୧୫ ମିନିଟ୍‌ ପର୍ଯ୍ୟନ୍ତ ଲଗାଇବାକୁ ପଡ଼ିବ। ଏହାପରେ ଆପଣଙ୍କୁ ଏହି ‘ଫେସ୍‌ମାସ୍କ’କୁ ଆପଣଙ୍କ ତ୍ୱଚାରୁ ଧୋଇଦେବାକୁ ହେବ!ତେବେ ଏହି ‘ଫେସ୍‌ମାସ୍କ’କୁ ଆପଣ ଆରମ୍ଭରୁ ପ୍ରତ୍ୟେକ ଦୁଇ ଦିନର ବ୍ୟବଧାନରେ ଲଗାଇବାକୁ ହେବ। ଯେତେବେଳେ ଆପଣ ଏହାର ଫରକ୍‌ ଦେଖିବାକୁ ପାଇବେ ତ,ଏହି ଉପାୟର ପ୍ରୟୋଗକୁ ଆପଣଙ୍କୁ ପ୍ରତ୍ୟେକ ସପ୍ତାହକ ମଧ୍ୟରେ ଦୁଇଥର କରିବାକୁ ପଡ଼ିବ। ତେବେ ଧ୍ୟାନ ରଖନ୍ତୁ,ଯେଉଁ ଲୋକମାନଙ୍କର ତ୍ୱଚା ସେନ୍‌ସେଟିଭ୍‌ ଅଟେ,ସେମାନେ ଏହାର ପ୍ରୟୋଗ ଠାରୁ ଦୂରେଇ ରହିବା ଆବଶ୍ୟକ।

ସମ୍ବନ୍ଧିତ ଖବର