କ୍ୟାପ୍ସିକମ୍ ଖାଇବାକୁ ଆପଣଙ୍କୁ ଭଲ ଲାଗେ ତ? ଏହା ଏପରି ଏକ ପରିବା ଯାହା ବହୁତ ଅଞ୍ଚଳରେ ଚାଷ କରାଯାଏ। ଏହାକୁ ବିଭିନ୍ନ ପ୍ରକାର ଖାଦ୍ୟରେ ବ୍ୟବହାର କରାଯାଏ। ଏହା ଦକ୍ଷିଣ ଓ କେନ୍ଦ୍ର ଆମେରିକାର ପରିବା ହୋଇଥିଲେ ବି ଧୀରେ ଧୀରେ ଏହାକୁ ସବୁ ଅଞ୍ଚଳର ଲୋକେ ଚାଷ କରିବା ଆରମ୍ଭ କରିଦେଲେଣି। ଏଥିରେ ପ୍ରଚୁର ପରିମାଣରେ ଭିଟାମିନ୍ ସି ରହିଛି। ନୀଳ, ନାଲି, ହଳଦୀ ଓ କମଳା ସବୁ ରଂଗର କ୍ୟାପ୍ସିକମ୍ରେ ଭର୍ପୂର ପରିମାଣର ଭିଟାମିନ୍ ସି ରହିଛି। ସବୁଜ କ୍ୟାପ୍ସିୟମ୍ ସାମାନ୍ୟ ପିତା। ପାଚି ଯାଇଥିବା କ୍ୟାପ୍ସିୟମ୍ ଆଦୌ ବି ପିତା ହୋଇନଥାଏ। ମାତ୍ର ସବୁ ରଂଗର କ୍ୟାପ୍ସିକମ୍ର ଗୁଣ ସମାନ।

Boldsky.com
ଏହା ସ୍ବାସ୍ଥ୍ୟ ପକ୍ଷେ ଖୁବ୍ ଉପକାରୀ। ଏଥିରେ ଥିବା ଆଣ୍ଟି ଅକ୍ସିିଡାଣ୍ଟ୍ ଆପଣଙ୍କୁ ବିଭିନ୍ନ ସ୍ବାସ୍ଥ୍ୟଗତ ସମସ୍ୟାରୁ ମୁକ୍ତି ଦେଇଥାଏ। ଏହି ପରିବାରେ କ୍ୟାଲୋରି ଖୁବ୍ କମ୍ ପରିମାଣର ଥାଏ। କ୍ୟାପ୍ସିକମ୍ ଆଖି ପାଇଁ ଖୁବ୍ ଭଲ। ନିୟମିତ କ୍ୟାପ୍ସିକମ୍ ଖାଇଲେ ଆଖି ରୋଗ କମ୍ ହୋଇଥାଏ ବୋଲି ଗବେଷକମାନେ କହିଛନ୍ତି। କେବଳ ସେତିକି ନୁହେଁ, ଏହାକୁ ଖାଇବା ଦ୍ବାରା କର୍କଟ ରୋଗ ହେବାର ସମ୍ଭାବନା କମ୍ ହୋଇଥାଏ। କ୍ୟପ୍ସିୟମ୍ ଖାଦ୍ୟ ହଜମ କରିବାରେ ଧୁରନ୍ଧର। ଏହା ପେଟ ପାଇଁ ଖୁବ୍ ଭଲ। ଏହାକୁ ଖାଇବା ଦ୍ବାରା ପେଟଜନୀତ ସମସ୍ୟା ଦୂର ହୋଇଥାଏ।ଏହା ତ୍ବଚା ପାଇଁ ବି ଖୁବ୍ ଭଲ। କ୍ୟାପ୍ସିକମ୍ ଖାଇବା ଦ୍ବାରା ତ୍ବଚା ଚିକ୍କଣ ହୋଇଥାଏ। କେବଳ ତ୍ବଚା ନୁହେଁ, କେଶ ପାଇଁ ବି ଏହା ଖୁବ୍ ଭଲ।