ଜୀରା ଚା’ କେବେ ପିଇଛନ୍ତି? ଓଜନ କମାଇବା ପାଇଁ ଏହା ଅବ୍ୟର୍ଥ ଉପାୟ

ଓଜନ ବଢ଼ିବା ଯେତେ ସହଜ ହୋଇଥାଏ ଓଜନ କମିବା ଆଦୌ ବି ସେତିକି ସହଜ ହୋଇ ନ ଥାଏ। ଓଜନ କମାଇବା ପାଇଁ ଲୋକଙ୍କୁ ବହୁ କସରତ୍‌ କରିବାକୁ ପଡ଼ିଥାଏ। ମାତ୍ର ଜୀରା ଏକ ଏପରି ମସଲା ଯାହା ଓଜନ କମାଇବାରେ ଅବ୍ୟର୍ଥ ଉପାୟ ଭାବେ କାର୍ଯ୍ୟ କରେ। ଜୀରା କେବଳ ଓଜନ ବଢ଼ାଇବାରେ ନୁହେଁ ବରଂ ଅନ୍ୟ ଗୁଡ଼ାଏ ଶାରୀରିକ ସମସ୍ୟାକୁ ଆୟତ୍ତ କରିପାରେ। ଆପଣ ଏହି ଜୀରାକୁ ତରକାରୀ, ଭାତରୁ ନେଇ ଚା’ ଆଦି ବିଭିନ୍ନ ଭାରତୀୟ ଖାଦ୍ୟପେୟରେ ବ୍ୟବହାର କରିପାରନ୍ତି।

ଇରାନରେ ଥିବା ଏକ ୟୁନିଭରସିଟି  ପକ୍ଷରୁ ଏକ ଗବେଷଣା କରାଯାଇଥିଲା। ସେହି ଗବେଷଣାରେ ୮୮ ଜଣଙ୍କୁ ସାମିଲ୍‌ କରାଯାଇଥିଲା। ୮୮ ଜଣ ଲୋକଙ୍କୁ ୨ ଭାଗରେ ବିଭକ୍ତ କରାଗଲା। ସମସ୍ତଙ୍କୁ ସମାନ ଖାଦ୍ୟ ପ୍ରଦାନ କରାଗଲା। ଗ୍ରୁପ୍‌ ‘ଏ’ର ସଦସ୍ୟମାନଙ୍କୁ ଖାଲି ଖାଇବା ଦିଆଗଲା। ଗ୍ରୁପ୍‌ ‘ବି’ର ସଦସ୍ୟମାନଙ୍କୁ ଖାଇବା ପରେ ଟିକେ ଜୀରା ପ୍ରଦାନ କରାଗଲା। ଶେଷରେ ଫଳାଫଳ ଦେଖିବାକୁ ମିଳିଲା ଯେ ଜୀରା ଖାଇଥିବା ଲୋକଙ୍କର ଓଜନ ଜୀରା ନଖାଇଥିବା ଲୋକଙ୍କ ଅପେକ୍ଷା ଖୁବ୍‌ କମ୍‌।

ଏହାଛଡ଼ା ହୃଦ୍‌ରୋଗ ଏବଂ ପେଟ ସମସ୍ୟା ଆଦି ଜୀରା ଖାଇବା ଦ୍ୱାରା ଭଲ ହୋଇଥାଏ। ଜୀରାରେ ଭିଟାମିନ୍‌ ‘ସି’ ଥିବା ହେତୁ ଏହା ହଜମ ଶକ୍ତି ବଢ଼ାଇବା ସହ ଶରୀରରୁ ବିଷାକ୍ତ ପରିମାଣ କମ୍‌ କରିଥାଏ।
ଜୀରା ଖାଇବା ଦ୍ୱାରା ମଧୁମେହକୁ ବି ଆୟତ୍ତରେ ରଖିହେବ ବୋଳି ଡାକ୍ତରମାନେ ମତ ରଖିଛନ୍ତି।

ଆପଣ ଚାହିଁଲେ ଜୀରା ଚା’ ବି କରି ପିଇପାରିବେ। ପ୍ରଥମେ କିିଛି ଜୀରାକୁ ସାମାନ୍ୟ ଭାଜି ଦିଅନ୍ତୁ। ତା’ପରେ ସାମାନ୍ୟ ପାଣି ମିଶ୍ରଣ କରି ସେ ପାଣିକୁ ଫୁଟାନ୍ତୁ। ପାଣି ଫୁଟିବା ପରେ ସେଥିରେ ଘୋଡ଼ଣି ଘୋଡ଼େଇ କିଛି ସମୟ ରଖି ଦିଅନ୍ତୁ। ତା’ପରେ ତାକୁ ଛାଣି କରି ପିଅନ୍ତୁ।

ସମ୍ବନ୍ଧିତ ଖବର