ଦୀପାବଳିରେ ନିଜ ସହ ନିଜ ଶରୀରକୁ ପ୍ରଦୂଷଣ ମୁକ୍ତ ରଖିବାକୁ ଚାହୁଁଥିଲେ ଆପଣାନ୍ତୁ ଏହି ଉପାୟ

ଅକ୍ଟୋବର ୨୭ରେ ସାରା ଦେଶରେ ଲୋକେ ଦୀପାବଳି ପାଳନ କରିଥିଲେ । ଦୀପ ଜାଳି ବାଣ ଫୁଟାଇବା ସହ ରଙ୍ଗ ବେରଙ୍ଗ ଆଲୋକମାଳାରେ ନିଜ ଘରକୁ ସଜାଇଥିଲେ । ଦେଶର ସବୁ ଗାଁରୁ ସହର ଆଲୋକମାଳାରେ ଚମକି ଉଠିଥିଲା । ତେବେ ଲୋକେ ଆନନ୍ଦିତ ହେବା ସହ ବାଣ ଫୁଟାଇବା ଦ୍ୱାରା ବାୟୁମଣ୍ଡଳ ପ୍ରଦୂଷିତ ମଧ୍ୟ ହୋଇଛି । ଏକା ସାଙ୍ଗରେ ଏତେ ସଂଖ୍ୟକ ବାଣ ଫୁଟିବା ଦ୍ୱାରା ସେଥିରୁ ବାହାରୁଥିବା ଧୂଆଁ ବାୟୁମଣ୍ଡରେ ପ୍ରଦୂଷଣର ମାତ୍ରା ବଢ଼ାଇଛି । ଯାହାର ଖରାପ ପ୍ରଭାବ ସିଧାସଳଖ ଭାବରେ ଲୋକଙ୍କ ଶରୀର ଉପରେ ହିଁ ପଡ଼ୁଛି । ତେବେ ପ୍ରଦୂଷଣରୁ ନିଜ ଶରୀରକୁ ମୁକ୍ତ ରଖିବା ପାଇଁ ହେଲେ ଆପଣଙ୍କୁ କିଛି ଘରୋଇ ଜିନିଷକୁ ଆପଣାଇବାକୁ ହେବ । ଆସନ୍ତୁ ଜାଣିବା ସେ ବିଷୟରେ….

୧. ଦୀପାବଳି ଦିନ ଯଦି ଆପଣ ନିମ୍ବ ପତ୍ରର ପାଣି ପିଉଛନ୍ତି, ତେବେ ବାୟୁମଣ୍ଡଳରେ ଥିବା ପ୍ରଦୂଷିତ ବାୟୁ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାଇ ପାରିବ ନାହିଁ । ଯଦି ଆପଣ ନିମ୍ବ ପତ୍ରକୁ ପାଣିରେ ଫୁଟାଇ ଥଣ୍ଡା କରିବା ପରେ ନିଜ କେଶରେ ଲଗାଉଛନ୍ତି, ତେବେ କେଶରେ ପ୍ରଦୂଷଣର ପ୍ରଭାବ ସହଜରେ ପଡ଼ିବ ନାହିଁ ।

Image result for neem leaves,nari

୨. ଶ୍ୱାସ ସମ୍ବନ୍ଧିତ ସମସ୍ୟା ଥିବା ଲୋକଙ୍କୁ ଦୀପାବଳିରେ ତୁଳସୀ ପାଣି ପିଇବା ଆବଶ୍ୟକ । ୨କପ ପାଣିରେ ତୁଳସୀର ୪-୫ଟି ପତ୍ର ପକାଇ ଏହାକୁ ଫୁଟାଇ ଦିଅନ୍ତୁ । ୨କପ ପାଣି ଗୋଟେ କପ ହେବା ପର୍ଯ୍ୟନ୍ତ ପାଣିକୁ ଫୁଟାନ୍ତୁ । ପରେ ଏହାକୁ ଥଣ୍ଡା କରି ଦିନକୁ ଦୁଇ ଥର ପିଅନ୍ତୁ । ଯାହା ଆପଣଙ୍କ ଶରୀରକୁ ପ୍ରଦୂଷଣରୁ ଲଢ଼ିବାକୁ ଶକ୍ତି ଦେବ ।

Related image
wonderfulinfo.com

୩. ଦୀପାବଳିରେ ତ୍ରିଫଳା ସହ ମହୁ ମିଶାଇ ଖାଇଲେ ଶରୀରରେ ଥିବା ପ୍ରଦୂଷଣର କଣିକାଗୁଡ଼ିକ ଖୁବ୍‌ ସହଜରେ ବାହାରକୁ ବାହାରି ଯିବ । ଏହା ସହ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ବଢ଼ିବ ।

ସମ୍ବନ୍ଧିତ ଖବର