ଖାଇବା ସମୟରେ ପାଣି ପିଇବାରେ କିଛି ସମସ୍ୟା ନାହିଁ, ଜାଣନ୍ତୁ କାହିଁକି

ଅନେକ ଲୋକ ଭାବନ୍ତି ଯେ ଖାଦ୍ୟ ଗ୍ରହଣ ସମୟରେ ପାଣି ପିଇଲେ ତାହା ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଉପୁଜାଇଥାଏ। କେତେକ ଭାବନ୍ତି ପେଟରୁ ବାହାରୁଥିବା ଅମ୍ଳ ନିଷ୍କାସିତ ହୁଏ ନାହିଁ, ତେବେ ତାହା ଭୁଲ୍‌ ଧାରଣା । ଚିିକିତ୍ସକଙ୍କ ମତ ଅନୁସାରେ ସେଭଳି କିଛି ଘଟେ ନାହିଁ । କେତେକ ଭଲ ହସ୍ପିଟାଲର ଚିିକିତ୍ସକଙ୍କ ଗବେଷଣା ଅନୁଯାୟୀ ଖାଇବା ସମୟରେ ପାଣି ପିଇଲେ ଏଭଳି ସମସ୍ୟା ନ ଥାଏ ।

ଯେଉଁମାନେ ଭାବୁଥିବେ ଯେ ଖାଇବା ସଙ୍ଗେ ସଙ୍ଗେ ପାଣି ପିିଇଲେ ହଜମ କ୍ରିୟାରେ କଥା ଉପୁଜିବ, ତାହା ଠିକ୍‌ ନୁହେଁ । ମନେ ରଖନ୍ତୁ ପାଚନ କ୍ରିୟା ଏକ ଜଟିଳ ପ୍ରକ୍ରିୟା । ଏହା ଠିକ୍‌ ରହିଲେ ମଣିଷର ମସ୍ତିଷ୍କ ଓ ସ୍ୱାସ୍ଥ୍ୟ ସତେଜ ରହେ ।

Image result for drinking water while eating
photo-absoluteheart.com

ଖାଇବା ସମୟରେ ପାଣି ପିଇଲେ ବଦହଜମୀ ବା କୋଷ୍ଠ କାଠିନ୍ୟତାର ସମସ୍ୟା ବି ରହିବ ନାହିଁ ବୋଲି ମଧ୍ୟ ଜଣାଯାଇଛି । ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଖାଇବା ସମୟରେ ପାଣି ପିଇଲେ ଆପଣ ଅଧିକ ମାତ୍ରାରେ ଭୋଜନରୁ ବି ନିବୃତ୍ତ ରହିବେ । ଏହା ଶରୀର ପାଇଁ ଭଲ । ଜଳରେ ବହୁ ପରିମାଣରେ ନ୍ୟୁଟ୍ରିଅଣ୍ଟସ ଥାଏ, ଯାହା ଆପଣଙ୍କୁ ଖାଦ୍ୟ ସହିତ ସହଜରେ ମିଳିଯାଇଥାଏ । ଏଣୁ ଖାଇବା ସମୟରେ ପାଣି ପିଇବାରେ କିଛି ସମସ୍ୟା ନାହିଁ ।

ସମ୍ବନ୍ଧିତ ଖବର