ଏହି ସବୁ ରୋଗକୁ ଅଣାଦେଖା କରୁଛନ୍ତି କି? ଛୋଟ ଲାଗୁଥିଲେ ବି ଏହାର ପରିଣାମ ହୋଇପାରେ ଭୟଙ୍କର! ଜାଣନ୍ତୁ କ’ଣ ସେସବୁ ରୋଗ
ବେଳେ ବେଳେ ବଡ଼ ଦିଶୁଥିବା ଘଟଣା ଯେତେ ସମସ୍ୟାର କାରଣ ହୋଇନଥାଏ ଛୋଟ ଘଟଣାଟି ବିରାଟ ସମସ୍ୟା ହୋଇ ସାମ୍ନାରେ ଠିଆ ହୁଏ। ସେହିପରି ବଡ଼ ଧରଣର ରୋଗ ଯେ କେବଳ ମାରାତ୍ମକ ହୋଇଥାଏ, ତାହା ନୁହେଁ। ଛୋଟ ଲାଗୁଥିବା ରୋଗ ବି ଅନେକ ସମୟରେ ଭୟଙ୍କର ରୂପ ନିଏ, ଯାହାକି ଆମ ଆୟତ୍ତ ବାହାର ହୋଇଯାଏ।
Sambad is now on WhatsApp
Join and get latest news updates delivered to you via WhatsApp
ସେହିପରି ଏକ ରୋଗର ଅନର୍ଭୂକ୍ତ ଥଣ୍ଡା। ଥଣ୍ଡା ଧରିବା ଏକ ସାଧାରଣ ସମସ୍ୟା। ମାତ୍ର ଲଗାତର ଭାବେ ଥଣ୍ଡା ଲାଗି ରହିବା ଆଦୌ ବି ସାଧାରଣ କଥା ନୁହେଁ। ଏହାର ତୁରନ୍ତ ପ୍ରତିକାର ନକଲେ ତାହା ଭୟଙ୍କର ରୂପ ନେଇପାରେ। ଯଦି ଆପଣଙ୍କ ଶରୀର ଟିକେ ସେହିପରି, ତେବେ ଆପଣ ତୁଳସୀ ପତ୍ର, ମହୁ, ଅଦା, କଞ୍ଚା ଅଣ୍ଡା, ରସୁଣ ଆଦି ପ୍ରଚୁର ପରିମାଣରେ ଓ ନିୟମିତ ଖାଆନ୍ତୁ।
କିଛି ଲୋକଙ୍କର ହାତ, ଗୋଡ଼ କିମ୍ବା ଶରୀରର କୌଣସି ଅଙ୍ଗରେ ମାଛିଆଖିଆ ପରି ଏକ ବିଣ୍ଡି ହୋଇଥାଏ। ତାହାକୁ ଅନେକ ଲୋକ ସାଧାରଣ ଭାବି ଅଣଦେଖା କରିଥାନ୍ତି ମାତ୍ର ତାହା ବେଳେ ବେଳେ ବିରାଟ ରୋଗର କାରଣ ବନିଥାଏ। ଛୋଟ ଦିଶୁଥିଲେ ବି ତାହା ବଡ଼ ହେବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଗ୍ୟାସ୍ଷ୍ଟ୍ରିକ୍ ଆଜିକାଲି ପ୍ରାୟ ସମସ୍ତଙ୍କର ରହୁଛି। ପ୍ରାୟ ସମସ୍ତଙ୍କ ଭିତରେ ଏହି ସମସ୍ୟା ରହୁଥିବାରୁ ଏହା ଏକ ସାଧାରଣ ସମସ୍ୟା ପରି ମନେ ହୁଏ। ମାତ୍ର ଏହା ଆଦୌ ବି ସାଧାରଣ ନୁହେଁ। ହଜମ ପ୍ରକ୍ରୟାକୁ ପୂରାପୂରି ଭାବେ ନଷ୍ଟ କରିପକାଏ। ଏହି ରୋଗ ଅଣଆୟତ୍ତ ହେବା ପୂର୍ବରୁ ଆପଣ ମାଣ୍ଡିଆ, ଭୂଷି-ମିସିରି ଏବଂ ପ୍ରଚୁର ପାଣି ପିଅନ୍ତୁ।
ଆପଣଙ୍କର ଯଦି ନିଦ୍ରାହୀନତା, ଭୋକ ନଲାଗିବା ସମସ୍ୟା ରହିଛି ତେବେ ଏହା ଭବିଷ୍ୟତରେ ବଡ଼ ବଡ଼ ରୋଗକୁ ନିମନ୍ତ୍ରଣ କରିପାରନ୍ତି। ଆପଣଙ୍କ ଏହି ସମସ୍ୟାର ତୁରନ୍ତ ସମାଧାନ କରନ୍ତୁ।
ଦୀର୍ଘ ଦିନ ଧରି ଶରୀରର କୌଣସି ଅଙ୍ଗ ଯଦି ବିନ୍ଧୁଛି ବା ଦରଜ ରହୁଛି ତାହାଲେ ବି କିଛି ସାଂଘାତିକ ସମସ୍ୟା ରହିଛି ବୋଲି ଜାଣନ୍ତୁ। ଏପରି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।