ମୁଣ୍ଡବିନ୍ଧା ହେଉଛି କି? ଆପଣାନ୍ତୁ ଏହି ସରଳ ଉପାୟ

ଅନେକ ସମୟରେ ଆମେ ମୁଣ୍ଡବିନ୍ଧାର ଶିକାର ହୋଇଥାଉ । କେହି ଗ୍ୟାସଷ୍ଟ୍ରିକ୍‌ ସମସ୍ୟା ହେତୁ ଏହାର ସମ୍ମୁଖୀନ ହୋଇଥାନ୍ତି, କେହି କେହି ଅନିଦ୍ରାଜନିତ କାରଣରୁ ମୁଣ୍ଡ ବିନ୍ଧିଥାଏ ବୋଲି କହିଥାନ୍ତି । ତେବେ ଯେଉଁ କାରଣରୁ ମୁଣ୍ଡ ବିନ୍ଧୁଥିଲେ ବି ତା’ର ସାଧାନର ବାଟ ରହିଛି ଆପଣଙ୍କ ହାତରେ । ଆସନ୍ତୁ ଜାଣିବା ଏହି ସହଜ ଉପାୟ ସଂପର୍କରେ ।

photo-youtube
ପ୍ରଥମ କଥା ହେଲା ମୁଣ୍ଡବିନ୍ଧା ହେଉଥିଲେ ଅଧିକରୁ ଅଧିକ ସମୟ ଯାଏଁ ଆରାମ କରନ୍ତୁ । ମୁଣ୍ଡ ବିନ୍ଧା ଆରମ୍ଭ ହେବା ମାତ୍ରେ ବରଫ ଖଣ୍ଡ ସେଠାରେ ଘଷନ୍ତୁ । ଏହା ଦ୍ୱାରା ଲାଭ ମିଳିବ । ଖାଲି ସେତିକି ନୁହେଁ, ଗରମ ଜଳରେ ସ୍ନାନ କରିଲେ ମଧ୍ୟ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ । ମୁଣ୍ଡରେ ତେଲ ମାଲିସ୍‌ କରିଲେ ବି ଫାଇଦା ମିଳିଥାଏ । ଅଳ୍ପ ଅଳ୍ପ ଖାଇଲେ ବି ଭଲ । ମୁଣ୍ଡ ବିନ୍ଧା ହେଉଥିଲେ ଏବଂ ଭୋକ ହେଉଥିଲେ ତରବରିଆ ଭାବେ ବେଶି ଗୁଡାଏ ଖାଆନ୍ତୁ ନାହିଁ । ବରଂ ଅଳ୍ପ ଅଳ୍ପ ଖାଇଲେ , ଥରେ ବା ଦୁଇ ଥର ଖାଇଲେ ମୁଣ୍ଡ ବିନ୍ଧାରୁ ମୁକ୍ତି ମିଳିଥାଏ ।

ସମ୍ବନ୍ଧିତ ଖବର