ପ୍ରତିଦିନ ଡାଏଟ୍ରେ ସାମିଲ କରନ୍ତୁ ଏହି ୪ଟି ଖାଦ୍ୟ, ହେବ ନାହିଁ କର୍କଟ ରୋଗ
ଶରୀର ପାଇଁ ଉପଯୁକ୍ତ ଆହାର ଗ୍ରହଣ ନକରିବା ଫଳରେ ଆଜିକାଲି ଲୋକମାନଙ୍କ ମଧ୍ୟରେ ଅନେକ ପ୍ରକାରର ଶାରୀରିକ ସମସ୍ୟା ଦେଖା ଦେଉଛି । ଶରୀରରକୁ ସୁସ୍ଥ ରଖିବା ପାଇଁ ଖାଲି ବ୍ୟାୟମ ଜରୁରୀ ନୁହଁ; ବ୍ୟାୟାମ କରିବା ସହ ଉପଯୁକ୍ତ ଖାଦ୍ୟ ଖାଇବା ମଧ୍ୟ ଜରୁରୀ । ପ୍ରତିଦିନର ଖାଦ୍ୟରେ ସବୁଜ ପନିପରିବା ଏବଂ ଫଳ ଖାଇବା ସହ କିଛି ଏମିତି ଜିନିଷ ଖାଇବା ଦରକାର ଯାହା ଶରୀରକୁ ବିଭିନ୍ନ ରୋଗରୁ ଦୂରରେ ରଖିବ । ଯାହା ଆପଣ ଖାଉଛନ୍ତି ସେଥିରେ ପ୍ରୋଟିନ, ଭିଟାମିନ୍, ଜିଙ୍କ, ମ୍ୟାଗ୍ନେସିୟମ, ମିନେରାଲ୍ସ ସହ ବିଟା କେରୋଟିନ ମଧ୍ୟ ରହିବା ନିତାନ୍ତ ଆବଶ୍ୟକ । ଆଜି ଆମେ କିଛି ଏପରି ଜିନିଷ ବିଷୟରେ ଜଣାଇବୁ, ଯାହାକୁ ଖାଇବା ପରେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ଅପଣଙ୍କୁ ଏହା ଅନେକ ରୋଗରୁ ରକ୍ଷା କରବ।
Sambad is now on WhatsApp
Join and get latest news updates delivered to you via WhatsApp
୧. କିଛି ଲୋକ ବିନ୍ସ ଖାଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଏଥିରେ କର୍କଟ ରୋଗ ସହ ଲଢ଼ିବାର କ୍ଷମତା ରହିଛି । ଏଥିରେ ଫାଇବରର ମାତ୍ରା ଅଧିକ ରହିଥାଏ । ପ୍ରତିଦିନ ଏହାକୁ ଖାଇଲେ ମଧୁମେହର ସମସ୍ୟା କମ ହେବା ସହ ପାଚକତନ୍ତ୍ର ଠିକ୍ ରହିଥାଏ ।
୨. କଞ୍ଚା ପିଆଜ ଖାଇବା ଶରୀର ପାଇଁ କେତେ ଭଲ ତାହା ଆମେ ସମସ୍ତେ ଜାଣିଛେ । ଏହାକୁ ପ୍ରତିଦିନର ଖାଦ୍ୟରେ ସାମିଲ କଲେ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ । ଏଥିରେ ଥିବା ଆଣ୍ଟିଅକ୍ସିଡ଼ାଣ୍ଟ ରୋଗପ୍ରତିରୋଧକ ଶକ୍ତିକୁ ବଢ଼ାଇଥାଏ ।
୩. ଛତୁରେ ଆଣ୍ଟିଅକ୍ସିଡ଼ାଣ୍ଟ ଗୁଣ ଅଧିକ ରହିଥାଏ । ଯାହାକୁ ଖାଇବା ଦ୍ୱାରା ଥଣ୍ଡା ବା ଜ୍ୱର ଅତି ସହଜରେ ହୋଇ ନଥାଏ । ଏହାକୁ ପ୍ରତିଦିନ ଖାଇବା ଦ୍ୱାରା ଶରୀରରେ ଆଇରନର ପରିମାଣ ବଢ଼ିବା ସହ କର୍କଟ ରୋଗ ହେବାର ଆଶଙ୍କା କମ ହୋଇଥାଏ ।
୪. ସବୁଜ ପରିବାରେ ପ୍ରୋଟିନ୍, କ୍ୟାଲ୍ସିୟମ ଏବଂ ଆଣ୍ଟଅକ୍ସିଡ଼ାଣ୍ଟର ମାତ୍ରା ଅଧିକ ରହିଥାଏ । କିନ୍ତୁ ଧ୍ୟାନ ରଖନ୍ତୁ । ସୁସ୍ଥ ରହିବା ପାଇଁ ଋତୁ ଅନୁସାରେ ପରିବା ଖାଆନ୍ତୁ ।