ଘରେ ରହୁଥିବା କୀଟପତଙ୍ଗକୁ ନେଇ ଚିନ୍ତିତ କି? ଘରୁ ବିଦା କରିବା ପାଇଁ ଆପଣାନ୍ତୁ ଏହି ଉପାୟ
କିଛି କୀଟ-ପତଙ୍ଗ ପାଗ ବଦଳିବା ସହ ଘରେ ଡ଼େରା ଜମାନ୍ତି ତ କିଛି ସବୁବେଳେ ଘରେ ରହିଥାନ୍ତି, ଯେମିତିକି ମାଛି, ମଶା, ମୂଷା, ଝିଟିପିଟି ଇତ୍ୟାଦି ସବୁବେଳେ ଘରେ ଦେଖା ଯାଇଥାଆନ୍ତି । ଥରେ ଏମାନେ ଘରେ ରହିଗଲା ପରେ ସେମାନଙ୍କୁ ବାହାର କରିବା କଷ୍ଟ ହୋଇଥାଏ । ସେମାନଙ୍କୁ ବାହାର କରିବା ପାଇଁ ଆପଣମାନେ ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାରର ସ୍ପ୍ରେ ବ୍ୟବହାର କରୁଥିଲେ ମଧ୍ୟ ତାହାର କୌଣସି ଫାଇଦା ମିଳି ନ ଥାଏ । ତେବେ ଆଜି ଆମେ ଆପଣଙ୍କ ଜଣାଇବୁ ଘରେ ଥିବା ଏହି କୀଟ-ପତଙ୍ଗମାନଙ୍କୁ ଆପଣମାନେ ଘରୁ ବାହାର କିପରି କରିବେ ।
Sambad is now on WhatsApp
Join and get latest news updates delivered to you via WhatsApp
୧. ଗୋଟେ ସେଓରେ ଲବଙ୍ଗ ରଖି ମାଛି ଅଧିକ ବସୁଥିବା ସ୍ଥାନରେ ରଖି ଦିଅନ୍ତୁ, ଏହା ପରେ ମାଛି ଆସିବା ବନ୍ଦ ହୋଇଯିବେ । ଏହା ସହ କର୍ପୁରକୁ ଜଳାଇ ଘର ଭିତରେ ଚାରିଆଡ଼େ ବୁଲାନ୍ତୁ । ଏହି ସମସ୍ୟା ଦୂର ହେବ ।
୨.ଘରେ ଝିଟିପିଟି ଅଧିକ ଥିଲେ ଘରର ସବୁ କାନ୍ଥ ଏବଂ ଝରକା-କବାଟରେ ରସୁଣକୁ ଟଙ୍ଗାଇ ଦିଅନ୍ତୁ, ଝିଟିପିଟି ଘରକୁ ପ୍ରବେଶ କରିବ ନାହିଁ ।
୩.ପିମ୍ପୁଡ଼ି ଘରେ ରହିବା ଏକ ସାଧାରଣ କଥା । ମିଠା ଆସିବା ପରେ ସେଥିରେ ପିମ୍ପୁଡ଼ି ଲାଗିଥାଏ । କିନ୍ତୁ ଯଦି ଆପଣ ହ୍ଵାଇଟ୍ ଭିନେଗାରକୁ ଏକ ପାଣି ବାଲ୍ଟିରେ ମିଶାଇ ଘରକୁ ପୋଛା ଲଗାନ୍ତି, ତେବେ ଆପଣଙ୍କର ଏହି ସମସ୍ୟା ଦୂର ହେବ । ଏହା ସହ ତେଜପତ୍ରକୁ ଘରର କୋଣରେ ରଖିଲେ ପିମ୍ପୁଡ଼ି ଆସି ନଥାନ୍ତି ।
୪.ଘରେ ମୂଷା ଦେଖାଗଲେ ପୋଦିନା ପତ୍ରକୁ ପେଶି ଯେଉଁଠି ମୂଷା ଅଧିକ ଦେଖାଯାଉଛି ସେଇଠି ରଖି ଦିଅନ୍ତୁ । ଦେଖିବେ ମୂଷା ଆସିବା ବନ୍ଦ କରିଦେବ । ଏହା ସହ ପିଆଜକୁ କାଟି ମୂଷା ରହୁଥିବା ସ୍ଥାନରେ ରଖିଲେ ପିଆଜ ଗନ୍ଧରେ ମୂଷା ଆସି ନଥାଏ ।