ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଆପଣାନ୍ତୁ ଏହି ଘରୋଇ ଉପାୟ…

ସଂପ୍ରତି ଦେଶର ଅନେକ ସ୍ଥାନରେ ଡେଙ୍ଗୁ ଆତଙ୍କ ସୃଷ୍ଟି କରିଛି। କାରଣ, ଅନେକ କ୍ଷେତ୍ରରେ ଡେଙ୍ଗୁ ଏବେ ରୋଗୀ ପାଇଁ ମୃତ୍ୟର କାରଣ ପାଲଟୁଛି। ତେବେ, ଆମେ ଯଦି ଆମ ନିଜ ପ୍ରତି ଯତ୍ନଶୀଳ ହେବା ତେବେ ଆମେ ନିଜକୁ ଡେଙ୍ଗୁ କବଳରୁ ରକ୍ଷା କରିପାରିବା। ଏହି ପରିପ୍ରେକ୍ଷୀରେ ଆଜି ଆମେ ଆପଣଙ୍କୁ ଡେଙ୍ଗୁରୁ ରକ୍ଷା ପାଇବା ପାଇଁ ଏପରି କିଛି ସରଳ ଘରୋଇ ଉପାୟ ବିଷୟରେ ଜଣାଇବୁ, ଯାହାର ଉପଯୋଗ କରି ଆପଣବି ଡେଙ୍ଗୁ କବଳରୁ ନିଜକୁ ରକ୍ଷା କରିପାରିବେ!….

୧- ଧାନ ଗଛ: ସାଧାରଣତଃ ଧାନ ଗଛରେ ରକ୍ତ କୋଷିକାଗୁଡ଼ିକୁ ଉତ୍ତେଜିତ କରି ଶରୀରର ରକ୍ତ ପ୍ଲେଟ୍‌ଲେଟ୍‌୍‌ ବଢ଼ାଇବାର କ୍ଷମତା ରହିଥାଏ। ତେବେ, ଆପଣ ଧାନ ଗଛର ପତ୍ରରେ ଚା’କରି ପିଇପାରିବେ ଅବା ଏହାକୁ ସିଧା ସଳଖ ମଧ୍ୟ ଖାଇପାରିବେ।

୨- ଗୋଲ୍ଡନସିଲ୍‌: ଡେଙ୍ଗୁ ରୋଗ ପାଇଁ ହୋମିଓପ୍ୟାଥିକ୍‌ ଚିକିତ୍ସକମାନେ ଗୋଲ୍ଡେନ୍‌ସିଲ୍‌କୁ ଏକ ଅତ୍ୟନ୍ତ ଫଳପ୍ରଦ ଔଷଧ ବୋଲି ବିବେଚନା କରିଥାନ୍ତି। ଏହା ଥଣ୍ଡା ଲାଗିବା, ମୁଣ୍ଡବିନ୍ଧା, ବାନ୍ତି ଲାଗିବା ଇତ୍ୟାଦି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଥାଏ। ଏଥିସହିତ ଏହାର ଆଣ୍ଟିଭାଇରାଲ୍‌ କ୍ଷମତା ଡ଼େଙ୍ଗୁ ଜନିତ ଜ୍ୱରକୁ ଚିକିତ୍ସା କରିବାରେ ସହାୟକ ହୋଇଥାଏ।

୩- ପାଣି: ଡ଼େଙ୍ଗୁ ଜ୍ୱର ସମୟରେ ଶରୀରକୁ ହାଇଡ୍ରେଟେଡ଼୍‍ ରଖିବା ପାଇଁ ହେଲେ ପ୍ରଚୁର ପରିମାଣରେ ପାଣି ପିଇବାକୁ ହେବ।

୪- ଲିମ୍ବପତ୍ର: ଲିମ୍ବପତ୍ରକୁ ବିଭିନ୍ନ ରୋଗର ଚିକିତ୍ସା ଲାଗି ବ୍ୟବହାର କରାଯାଇଥାଏ। ଡେଙ୍ଗୁ ରୋଗ କ୍ଷେତ୍ରରେ ମଧ୍ୟ ଲିମ୍ବ ପତ୍ରକୁ ବାଟି ଏହାର ପାଣିକୁ ପିଅନ୍ତୁ। ଯାହା ରକ୍ତ ସଂଚାଳନର ଗତିକୁ ଦ୍ରୁତ ଗତିରେ ବଢ଼ାଇବା ସହ ଶ୍ୱେତ ରକ୍ତକଣିକାକୁ ମଧ୍ୟ ବଢ଼ାଇ ଦେଇଥାଏ। ଏବେ ଲିମ୍ବପତ୍ରର ବଟିକା ବି ବଜାରରେ ଉପଲବ୍ଧ ହେଉଛି।

୫- ଅମୃତଭଣ୍ଡା ପତ୍ରର ରସ: ଅମୃତଭଣ୍ଡା ପତ୍ରରେ ସାଧାରଣତଃ ପୋଷକ ତତ୍ୱ ଏବଂ କାର୍ବୋନିକ୍‌ର ମିଶ୍ରଣ ରହିଥିବାରୁ ଏହା ଡ଼େଙ୍ଗୁ ଜ୍ୱରରୁ ମୁକ୍ତି କରାଇବାରେ ସାହାଯ୍ୟ କରିଥାଏ।

୬- କମଳା ରସ: କମଳାରେ ସାଧାରଣତଃ ଆଣ୍ଟିଆକ୍ସିଡ଼େଣ୍ଟ୍‌ ଏବଂ ଭିଟାମିନ୍‌ ରହିଥାଏ। ଡ଼େଙ୍ଗୁଜ୍ୱରର ନିରାକରଣ ପାଇଁ ଏହା ବିଶେଷ ରୂପରେ ଫଳପ୍ରଦ ଅଟେ।

୭- ମେଥି: ମେଥିର ପତ୍ର ମଧ୍ୟ ଡ଼େଙ୍ଗୁ ରୋଗ ପାଇଁ ମହୋଷଧି ଭଳି କାର୍ଯ୍ୟ କରିଥାଏ।

୮- ତୁଳସୀ ପତ୍ର: ତୁଳସୀ ପତ୍ରକୁ ଚୋବାଇଲେ ମଧ୍ୟ ବ୍ୟକ୍ତିର ଇମ୍ୟୁନିଟି ସିଷ୍ଟମ୍‌ ମଜ୍‌ଭୁତ୍‌ ହୁଏ। ଯାହା ଡ଼େଙ୍ଗୁ ଜ୍ୱର ଲାଗି ଆୟୁର୍ବେଦ ଔଷଧ ଭଳି କାର୍ଯ୍ୟ କରିଥାଏ।

ସମ୍ବନ୍ଧିତ ଖବର