‘କୋଳଥ’ର ଉପକାରିତା ବିଷୟରେ ଆସନ୍ତୁ ଜାଣିବା

ପୁଷ୍ଟିସାର, ଲୌହସାର, କାଲ୍‌ସିଅମ୍‌ରେ କୋଳଥ ଭରପୂର। ଏଥିରେ ଶ୍ବେତସାର ଓ ଚର୍ବିର ମାତ୍ରା କମ୍‌। ନିୟମିତ ଖାଇବା ଦ୍ୱାରା ମେଦ ବହୁଳତା ଏବ˚ ଓଜନ ହ୍ରାସ ପାଏ।

ଋତୁକାଳୀନ ସମସ୍ୟା ଭୋଗୁଥିବା ମହିଳାମାନେ କୋଳଥ ଡାଲି ଖାଇବା ଉଚିତ। ଏହା ଦ୍ୱାରା ଅତ୍ୟଧିକ ରକ୍ତସ୍ରାବ କମେ। ହିମୋଗ୍ଲୋବିନ୍‌ ମାତ୍ରା ବଢେ଼। ରକ୍ତହୀନତାରେ ପଡ଼ିବା ଆଶଙ୍କା ରହେ ନାହିଁ।

ଏହାର ତନ୍ତୁଜାତୀୟ ଉପାଦାନ ରକ୍ତଚାପ ଓ ରକ୍ତ ଶର୍କରା କମାଏ।

ନିୟମିତ କୋଳଥ ଡାଲି ଖାଇବା ଦ୍ୱାରା ପେଟ ରୋଗ ସମସ୍ୟା ଦୂର ହୁଏ। ବୃକ୍କରେ ଛୋଟ ପଥର ସମସ୍ୟା ଥିଲେ ପ୍ରତି ଦିନ ସକାଳେ କୋଳଥ ବତୁରା ପାଣି ପିଅନ୍ତୁ।

ନିୟମିତ କୋଳଥ ଡାଲି ଖାଇଲେ ଯକୃତ୍‌ ଦୁର୍ବଳ ହୁଏ ନାହିଁ।

ଶ୍ୱାସ ଓ କଫ ରୋଗୀଙ୍କ ପାଇଁ ଏହା ଲାଭଦାୟକ। ଏକ ଲିଟର‌୍‌ ପାଣିରେ ଶହେ ଗ୍ରାମ୍‌ କୋଳଥ ପକାଇ ଫୁଟାନ୍ତୁ। ସାମାନ୍ୟ ଉଷୁମ ଥିବା ଅବସ୍ଥାରେ ଅଳ୍ପ ସୈନ୍ଧବ ଲବଣ ପକାଇ ପିଅନ୍ତୁ।

କୋଳଥ ରକ୍ତକୁ ଶୁଦ୍ଧ କରାଏ। ଏହା ଶୁକ୍ରବର୍ଦ୍ଧକ।

ଗର୍ଭବତୀ ମହିଳା ଓ ଅମ୍ଳ ରୋଗୀ କୋଳଥ ଖାଇବା ଅନୁଚିତ।

ସମ୍ବନ୍ଧିତ ଖବର