ସ୍ମାର୍ଟଫୋନ୍‌ ସାଜିବ ଡାକ୍ତର, ନଖ ଦେଖି ଚିହ୍ନିବ ରୋଗ

ନୂଆଦିଲ୍ଲୀ: ଶରୀରରେ ରକ୍ତହୀନତା ରହିଛି କି ନାହିଁ ଜାଣିବା ପାଇଁ ଆପଣଙ୍କୁ କେଉଁଠାକୁ ଯିବାକୁ ପଡିବ ନାହିଁ। ଏଣିକି ଆପଣ ସ୍ମାର୍ଟଫୋନ୍‌ ଜରିଆରେ ଶରୀରରେ ରକ୍ତର ଅଭାବ ରହିଛି କି ନାହିଁ ଜାଣି ପାରିବେ। ଆମେରିକା ବୈଜ୍ଞାନିକଙ୍କ ଏମିତି ଏକ ଆପକୁ ପ୍ରସ୍ତୁତ କରିଛନ୍ତି ଯେଉଁଥିରେ ରକ୍ତହୀନତା ତଥା ଏନିମିଆର ଅଭାବକୁ ସ୍ମାର୍ଟଷପାନ୍‌ ବ୍ୟବହାରକାରୀ ଘରେ ବସି ଜାଣି ହେବ। ଗର୍ଭବତୀ ମହିଳା ଏବଂ ଖେଳାଳୀଙ୍କ ପାଇଁ ଏହି ଆପ୍‌ ବିଶେଷ ଭାବେ ସହାୟକ ହେବ।

ଏହି ଆପର ସ୍ୱତନ୍ତ୍ରତା ହେଉଛି କି ଏଥିପାଇଁ କୌଣସି ରକ୍ତର ଯାଞ୍ଚ କରିବା ଦରକାର ପଡିବ ନାହିଁ। ନିଜ ନଖର ଏକ ଫଟୋ ନେଇ ଆପଣ ଏହି ଆପରେ ଲୋଡ୍‌ କରିବେ। ଆପ୍‌ ସେହି ଫଟୋ ମାଧ୍ୟମରେ ଶରୀରରେ ମହଜୁତ ଥିବା ହିମୋଗ୍ଲୋବିନର ମାତ୍ରାକୁ ଦର୍ଶାଇବ। ଏହି ଟେକ୍‌ନୋଲୋଜି ଏତେ ସହଜ ଯେ ଏହାକୁ ଯେ କୌଣସି ବ୍ୟକ୍ତି କେତେବେଳେ ବି ବ୍ୟବହାର କରିପାରିବେ।

ସମ୍ବନ୍ଧିତ ଖବର