ରକ୍ତଚାପ ଓ ଆଲର୍ଜି ସମେତ ଏସବୁ ରୋଗପାଇଁ କେତେବେଳେ ଔଷଧ ସେବନ କରିବା ଉଚିତ?

ଏମିତି ଅନେକ ଔଷଧ ଅଛି, ଯାହାକୁ ୨୪ ଘଣ୍ଟାରେ ଥରଟିଏ ଖାଇବାକୁ  ଡାକ୍ତରମାନେ ପରାମର୍ଶ ଦେଇଥାଆନ୍ତି ।  ସେଭଳି କ୍ଷେତ୍ରରେ ନିମ୍ନୋକ୍ତ ରୋଗ ପାଇଁ  ଯଦି ଔଷଧ ସେବନ କରୁଥାଆନ୍ତି, ତେବେ ତାକୁ କେବଳ ରାତିରେ ଶୋଇବା ପୂର୍ବରୁ ଗ୍ରହଣ କରିଲେ ଭଲ ବୋଲି ଚିକିତ୍ସକଙ୍କ ମତ ଦେଇଥାନ୍ତି ।

– ଆଲର୍ଜି ପାଇଁ  ଉଦ୍ଦିଷ୍ଟ ଔଷଧ: ଆଲର୍ଜି ପାଇଁ ଔଷଧ ନେଲେ ସାଧାରଣତଃ ନିଦ ମାଡ଼େ । ଦିନରେ ଏହାକୁ ନେଲେ କାମରେ ବ୍ୟାଘାତ ସୃଷ୍ଟି ହୁଏ ।  ଏଣୁ ରାତିରେ ଏହାକୁ  ସେବନ କଲେ ଭଲ ।

ରକ୍ତଚାପ ନିୟନ୍ତ୍ରଣ ଲାଗି ଔଷଧ:   ଯଦି ଆପଣ  ଉଚ୍ଚ ରକ୍ତଚାପ ବା ନିମ୍ନ ରକ୍ତ ଚାପର ନିୟନ୍ତ୍ରଣ ଲାଗି କୌଣସି ଔଷଧ  ସେବନ  କରୁଥାଆନ୍ତି, ତେବେ ତାକୁ ଦିନରେ ନ ନେଇ ରାତିରେ  ଗ୍ରହଣ କରିବା ଭଲ ।  କାରଣ ରାତିରେ ଏହାର ପ୍ରଭାବ ଭଲ ।

photo-bhaskar.com

– ନିଦ ପାଇଁ ସ୍ଲିପିଂ ପିଲ୍‌:  ଏଥିରେ ମାଦକ ଦ୍ରବ୍ୟ ଥିବା କାରଣରୁ ଗଭୀର  ନିଦ୍ରା  ଆସେ । ଏଣୁ ଏହାକୁ ରାତିରେ ଶୋଇବା ପୂର୍ବରୁ ସେବନ କରିବା ଉଚିତ।

-ଡିପ୍ରେସନରୁ   ରକ୍ଷା ପାଇବା ଲାଗି ଔଷଧ: ଯେଉଁମାନେ ମାନସିକ ଚାପ  ଜନିତ ରୋଗରୁ ରକ୍ଷା ପାଇବା  ଲାଗି ଔଷଧ ସେବନ କରନ୍ତି, ସେମାନେ ଶୋଇବା ଆଗରୁ ତାହା ଖାଇଲେ ଭଲ ।

 

 

ସମ୍ବନ୍ଧିତ ଖବର