ଜାଣନ୍ତୁ ମହିଳାମାନେ କେଉଁଥିରେ ଅଧିକ କ୍ଷମତାସଂପନ୍ନ ?

ଅନେକ ସମୟରେ ଆମେ ପୁରୁଷଙ୍କ ସହିତ ମହିଳାଙ୍କ ତୁଳନା କରିବାକୁ ଭଲ ପାଉ ।ଏଥିଲାଗି ଯୁକ୍ତି ତର୍କ ବି ହୁଏ। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ମହିଳାମାନେ ନିଜ ସଂପର୍କରେ ଜାଣନ୍ତି ନାହିଁ କେତୋଟି କଥା । ଆସନ୍ତୁ ସେସବୁ ବିଷୟରେ ଜାଣିବା…
ପ୍ରଥମତଃ ମହିଳାଙ୍କର ହୃଦ୍‌ଗତି ପୁରୁଷଙ୍କ ଅପେକ୍ଷା ଅଧିକ କ୍ଷିପ୍ର । ତେବେ ମହିଳାଙ୍କ ପାଇଁ ଖରାପ ଖବର ଯେ ସେମାନଙ୍କ ଭିତରେ ଫ୍ୟାଟ୍‌ ବର୍ଣ୍ଣ କରିବାର କ୍ଷମତା ମନ୍ଥର । ତେବେ ପୁରୁଷଙ୍କ ଅପେକ୍ଷା ମହିଳାଙ୍କର ରୋଗ ପ୍ରତିରୋଧକ କ୍ଷମତା ଅଧିକ ଶକ୍ତିଶାଳୀ । ଠିକ୍‌ ସେହିପରି ମହିଳାମାନେ ବେଶି ମିଠାପ୍ରିୟ । କାରଣ ସେମାନଙ୍କ ଜିଭରେ ସ୍ୱିଟ୍‌ ରିସେପ୍ଟର୍‌ ପୁରୁଷମାନଙ୍କ ଅପେକ୍ଷା ଅଧିକ ଥାଏ ।
ପ୍ରତ୍ୟେକ ମହିଳା ସୌନ୍ଦର୍ଯ୍ୟକୁ ନେଇ ବେଶ ସଚେତନ। ସେମାନେ ଏଥିଲାଗି ନାନାପ୍ରକାରର ପ୍ରୟାସ ମଧ୍ୟ କରିଥାନ୍ତି । କିପରି ନିଜର ସୌନ୍ଦର୍ଯ୍ୟକୁ ଅତୁଟ ରଖିବାପାଇଁ ଚିନ୍ତାରେ ବି ଥାଆନ୍ତି । କିନ୍ତୁ ଆପଣ ଜାଣନ୍ତି କି ମହିଳାମାନେ କେତେ ବୟସରେ ଉପନୀତ ହେଲେ ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁଠୁ ବେଶୀ ଖୁସି ହୁଅନ୍ତି । ଏକ ଅନୁସନ୍ଧାନରୁ ଜଣାଯାଇଛି ଯେ ମହିଳାମାନେ ୨୮ ବର୍ଷ ବୟସରେ ନିଜର ସୌନ୍ଦର୍ଯ୍ୟକୁ ନେଇ ସବୁଠୁ ବେଶୀ ଖୁସି ହୁଅନ୍ତି ।

ନିକଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ତିନି-ଚତୁର୍ଥାଂଶ ମହିଳା କହିଛନ୍ତି ସେମାନେ ଆଜୀବନ ସେମାନଙ୍କର ସୁନ୍ଦର ଚେହେରାକୁ ଅତୁଟ ରଖିବାକୁ ଚାହାଁନ୍ତି । ଏଥିରେ ୨୩ ପ୍ରତିଶତ ମହିଳା ଆଖିକୁ ଶରୀରର ସର୍ବାଧିକ ଆକର୍ଷଣୀୟ ଅଙ୍ଗ ବୋଲି ମନେ କରନ୍ତି । ଅପରପକ୍ଷରେ ୧୩ ପ୍ରତିଶତ ମହିଳା ମସ୍ତିଷ୍କକୁ ବେଶୀ ଗୁରୁତ୍ୱ ଦିଅନ୍ତି ବୋଲି କହିଛନ୍ତି । ଯେତେବେଳେ ମହିଳାମାନଙ୍କୁ ପ୍ରଶ୍ନ କରାଯାଇଥିଲା ଯେ ସେମାନେ କେଉଁ ଅଙ୍ଗକୁ ସବୁଠୁ ବେଶୀ ଆକର୍ଷକ ବନାଇବାକୁ ଚାହିଁବେ ? ୪୧ ପ୍ରତିଶତ ମହିଳାଙ୍କର ଉତ୍ତର ଥିଲା ସେମାନେ ଲମ୍ବା ଏବଂ ପତଳା ଗୋଡ଼ ଚାହାଁନ୍ତି ।

ସମ୍ବନ୍ଧିତ ଖବର