ଏହି ସବୁ ଖାଦ୍ୟ ଆୟୁ ବୃଦ୍ଧିକାରୀ: ଦୈନିକ ଖାଦ୍ୟରେ ଏସବୁକୁ ନିଶ୍ଚୟ ସାମିଲ୍‌ କରନ୍ତୁ

ଆଜିକାଲି ବିଭିନ୍ନ ପ୍ରକାରର ରୋଗବ୍ୟଧୀ ହେତୁ ଦୀର୍ଘ ଆୟୁ ଏକ ପ୍ରକାର ସ୍ୱପ୍ନ ପାଲଟିଗଲାଣି। ଅଧିକାଂଶ ଲୋକ ଅଧା ବୟସରୁ ପ୍ରାଣ ହରାଉଛନ୍ତି। ମାତ୍ର ଏମିତି ଖାଦ୍ୟ ଅଛି ଯାହାକୁ ଖାଇବା ଦ୍ୱାରା ଆୟୁ ବୃଦ୍ଧି ପାଇଥାଏ ବୋଲି ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।

କଞ୍ଚାଲଙ୍କା: ଲୋକେ ଭାବନ୍ତି କଞ୍ଚାଲଙ୍କା ବହୁତ ଗରମ। କଞ୍ଚାଲଙ୍କା ଦେହ ପାଇଁ ଆଦୌ ସୁସ୍ଥକର ନୁହେଁ। ମାତ୍ର କଞ୍ଚାଲଙ୍କାରେ ରୋଗ ପ୍ରତିରୋଧକ ଶକ୍ତି ଅଛି। ଦୈନିକ ଭୋଜନରେ ସ୍ୱଳ୍ପ ପରିମାଣର କଞ୍ଚାଲଙ୍କା ଖାଇଲେ ଭଲ।

ହଳଦୀ: ଭାରତର ଏହା ଅତି ପୂରାତନ ମସଲା। ଆୟୁର୍ବେଦରେ ହଳଦୀକୁ ଏକ ଉତ୍ତମ ଔଷଧୀୟ ପଦାର୍ଥ ଭାବେ ମନାଯାଏ।

ଅମୃତଭଣ୍ଡା: ଅମୃତଭଣ୍ଡା ମଞ୍ଜିରେ ରହିଥିବା ଏନ୍‌ଜାଇମ୍‌ କର୍କଟ ରୋଗୀଙ୍କ ପାଇଁ ଖୁବ୍‌ ଦରକାରୀ।

ରସୁଣ: ଦିନକୁ ଗୋଟାଏ ପାଖୁଡ଼ା ହେଉ ପଛେ ରଶୁଣ ନିଶ୍ଚୟ ଖାଆନ୍ତୁ। ଏହା ଚର୍ମ, ମେଦ ରୋଗ ଭଲ କରିବା ସହିତ ରକ୍ତ ସ୍ୱଚ୍ଛ କରିଥାଏ।

ଅଦା: ଗ୍ୟାସ୍‌ ରୋଗୀଙ୍କ ପାଇଁ ଅଦା ଭାରି ଉପକାରୀ। ଏହା ହଜମ ଭଲ କରାଏ।

ସମ୍ବନ୍ଧିତ ଖବର