ଆଖିତଳ କଳା ପଡ଼ିଲେ ଅଧା ହୋଇଯାଏ ସୌନ୍ଦର୍ଯ୍ୟ; ଏହି ଘରୋଇ ଉପାୟରେ ପାଆନ୍ତୁ ସମାଧାନର ବାଟ

ଅଧିକାଂଶ ମହିଳା ଓ ପୁରୁଷଙ୍କ ଆଖି ତଳ କଳା ପଡ଼ିବା ଆଜିକାଲିକା ସମ‌ୟରେ ଏକ ସାଧାରଣ କଥା। ନିଦ୍ରାହୀନତା, ଖାଦ୍ୟପେୟର ଅନିୟମିତତା କମ୍ପ୍ୟୁଟର୍‌, ଲ୍ୟାପ୍‌ଟପ୍‌, ଟ୍ୟାବ୍‌, ଫୋନ ଆଦି ବ୍ୟବହାର କରିବା ଦ୍ୱାରା ଏପରି ହୋଇଥାଏ। ତେବେ ଏହା ଏକ ବିରାଟ କଥା ନୁହେଁ। ସାମାନ୍ୟ ସତର୍କତା ଅବଲମ୍ବନ କଲେ ଏହି ସାଧାରଣ ସମସ୍ୟାକୁ ଦୂରେଇ ଦେଇ ହେବ।

ଏକ ଇନ୍‌‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ରେ ଡକ୍ଟର ରଶ୍ମୀ ସେଟ୍ଟୀ ଲେଖିଛନ୍ତି, ‘ମୁଁ ଏମିତି କିଛି ରୋଗୀଙ୍କୁ ଦେଖିଛି ଯେଉଁମାନଙ୍କର ତ୍ବଚା ଏତେ ଭଲ ଯେ ତାଙ୍କୁ ମେକ୍‌-ଅପ୍‌ ଦରକାର ପଡ଼େନା। ମାତ୍ର କେବଳ ସେମାନଙ୍କ ଆଖି ତଳ କଳା ଦାଗ ପାଇଁ ସେମାନଙ୍କୁ ମେକ୍‌-ଅପ୍‌ ନେବାକୁ ପଡ଼େ।’

ଆଲ୍‌ମଣ୍ଡ ଅଏଲ୍‌ ଓ ଭିଟାମିନ୍‌ ଇ ଅଏଲ୍‌ ଆଖି ତଳର କଳାପଣ ଦୂର କରିବା ପାଇଁ ଅବ୍ୟର୍ଥ ଔଷଧ ଭାବେ କାର୍ଯ୍ୟ କରେ। ଆପଣ ଏହି ଦୁଇଟି ତେଲକୁ ମିଶ୍ରଣ କରି ଦୈନିକ ଆଖି ତଳେ ଲଗାଇ ମାଲିସ୍‌ କରନ୍ତୁ। ପରିଣାମ ଆପଣ ନିଜେ ହିଁ ଜାଣିପାରିବେ। ଆଖି ତଳର କଳାପଣ ଦୂର କରିବା ପାଇଁ କାକୁଡ଼ି ସବୁଠାରୁ ଭଲ ହୋଇଥାଏ। ଆପଣ ଶୋଇବା ବେଳେ ଆଖି ଉପରେ କାକୁଡ଼ି ରଖି ଶୋଇପାରନ୍ତି ଅଥବା ଏହାର ରସକୁ ବି ମହୁରେ ମିଶାଇ ମାଲିସ୍‌ କରିପାରନ୍ତି।

ଆଳୁକୁ ବି ଆପଣ କାକୁଡ଼ି ପରି ବ୍ୟବହାର କରିପାରିବେ। ଆଳୁକୁ ଗୋଲ କରି କାଟି ଶୋଇବା ବେଳେ ଆଖି ଉପରେ ରଖି ଶୁଅନ୍ତୁ। ଏପରି କଲେ ଆଖି ତଳ କଳାପଣ ଦୂର ହୋଇଥାଏ। ଆପଣ ଜାଣିଥିବେ ନିଶ୍ଚୟ ଯେ ଗୋଲାପ ଜଳ ଉଭୟ ଆଖି ଓ ମୁହଁ ପାଇଁ ଉପକାରୀ। ଆପଣ ସଦ୍ୟ ଗୋଲାପ ତୋଳି ଆଣି ରାତିରେ ପାଣିରେ ପକାନ୍ତୁ। ସେହି ପାଣିକୁ ତା’ପର ଦିନ ସକାଳେ ମୁହଁରେ ଲଗାନ୍ତୁ। ଆଖି ତଳ କଳା ଦୂର କରିବା ପାଇଁ ଆପଣ ବିଲାତି ବାଇଗଣ ବି ଲଗାଇ ପାରନ୍ତି। ପଇଡ଼ ପାଣି ବି ଖୁବ୍‌ ଭଲ ହୋଇଥାଏ ଏହାର ଚିକିତ୍ସା ସକାଶେ।

ସମ୍ବନ୍ଧିତ ଖବର