ଆପଣ ବି ଖାଇବେ ରାଶି ଲଡୁ , ଜାଣିଲେ ଏହାର ଫାଇଦା

ରାଶି ଲଡୁ ଏବଂ ରାଶି ତେଲର ଆମ ସମାଜରେ ଯଥେଷ୍ଟ ପ୍ରଚଳନ ରହିଛି। ତେବେ ରାଶିର ଆହୁରି ଅନେକ ଉପକାରିତା ମଧ୍ୟ ରହିଛି । ଏଥିମଧ୍ୟରୁ ଗୋଟିଏ ହେଲା ଯଥେଷ୍ଟ ପରିମାଣର ରାଶି ଖାଇଲେ ଏହା ଆପଣଙ୍କର ଯୌନ କ୍ଷମତା ବଢ଼ାଇବାରେ ସହାୟକ ହୋଇଥାଏ । ପ୍ରତ୍ୟହ ଅନ୍ୟୁନ ୧୦୦ ଗ୍ରାମ୍‌ ରାଶି ଦ୍ୱାରା ପ୍ରସ୍ତୁତ ଯେ କୌଣସି ଖାଦ୍ୟ ଗ୍ରହଣ କଲେ ଏହି ସୁଫଳ ମିଳିଥାଏ ବୋଲି ଚିକିତ୍ସକଙ୍କ ମତ ।

ଏହା ହାଇପର୍‌ ଟେନସନ୍‌ ସହ ଲଢ଼ିବାର କ୍ଷମତା ମଧ୍ୟ ମିଳିଥାଏ। ଏତଦ୍‌ବ୍ୟତୀତ ରକ୍ତଚାପଜନିତ ଅସୁବିଧାକୁ ମଧ୍ୟ ଦୂର କରିଥାଏ । ଦୈନିକ ରାଶି ଖାଇଲେ କାର୍ଡିଓମସ୍କୁଲାର୍‌ ସିଷ୍ଟମ୍‌ରେ ଉତ୍ପନ୍ନ ହେଉଥିବା ଉତ୍ତେଜନା ହ୍ରାସ ପାଇଥାଏ । ରାଶିରେ ପଚୁର ପରିମାଣରେ ଭିଟାମିନ୍‌ ଏବଂ ମିନେରାଲ୍‌ସ ଥିବା ଯୋଗୁଁ ଏହା କର୍କଟ ରୋଗ ସହ ଲଢ଼ିବାର କ୍ଷମତା ବି ବୃଦ୍ଧି କରିଥାଏ । ଏଥିରେ ଫାଇଟେଟ୍‌ ନାମକ ଏକ ପଦାର୍ଥ ଥିବା ହେତୁ ତାହା କର୍କଟ ରୋଗର କୋଷ ବୃଦ୍ଧିକୁ ପ୍ରତିହତ କରିଥାଏ ବୋଲି ଏକ ଗବେଷଣାରୁ ଜଣାଯାଇଛି । ବିଶେଷକରି ରାଶି ଖାଇଲେ ବା ରାଶି ତେଲ ଲଗାଇଲେ ତ୍ୱଚା ମୁଲାୟମ ବି ରହେ ।

ସମ୍ବନ୍ଧିତ ଖବର