ଆପଣଙ୍କ ଓଠର ଟିକିଏ ହସ ଦୂର କରିପାରେ ଅନେକ ରୋଗ, ଆପଣଙ୍କର ବି ଓ ଅନ୍ୟର ବି
ହସିଲେ ରୋଗ ମୁକ୍ତ ହେବା କଥାଟି ଆମେ ସମସ୍ତେ ପ୍ରାୟ ଶୁଣିଛନ୍ତିି। ହେଲେ ଏହାକୁ କେତେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ହସ ଏପରି ଏକ ମହୋଷଧୀ ଯାହା ଦ୍ବାରା କଠିନରୁ କଠିନତମ ରୋଗକୁ ଦୂରେଇ ଯାଇପାରେ। ତେବେ, ଚାଲନ୍ତୁ ଜାଣିବା ହସିବା ଦ୍ବାରା ଆମକୁ କେଉଁ କେଉଁ ଫାଇଦା ସବୁ ମିଳିଥାଏ।
Sambad is now on WhatsApp
Join and get latest news updates delivered to you via WhatsApp
ହସ କେବଳ ମସ୍ତିଷ୍କ ପାଇଁ ନୁହେଁ, ଶରୀର ପାଇଁ ମଧ୍ୟ ଖୁବ୍ ଭଲ। ଉପଯୁକ୍ତ ପରିମାଣରେ ହସିଲେ ଶାରୀରିକ ଯନ୍ତ୍ରଣା କମ୍ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ରଖି କହିଛନ୍ତି।
ହସ ଏକ ଏମିତି ଜିନିଷ ଯାହା ସହଜରେ ନିଜ ସହ ଅନ୍ୟର ପୀଡ଼ା ବି ଦୂର କରିପାରେ। କିଛି ଭଲ କାମ କରିସାରିବା ପରେ ମନରେ ଯେଉଁଭଳି ସନ୍ତୁଷ୍ଟି ଆସିଥାଏ ହସି ସାରିବା ପରେ ବି ସେପରି ଭବନା ଆସିଥାଏ।
ହସିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ସହଜରେ କୌଣସି ବଡ଼ ଧରଣର ରୋଗ ପାଖ ପଶିପାରେ ନାହିଁ।
ଫୁସ୍ଫୁସ୍ ପାଇଁ ହସ ଖୁବ୍ ଭଲ। ହସିବା ଦ୍ବାରା ଫୁସ୍ଫୁସ୍ଜନୀତ ରୋଗ ବିଶେଷ ହୋଇନଥାଏ।
ହୃଦ୍ରୋଗୀମାନଙ୍କ ପାଇଁ ହସ ଔଷଧ ପରି କାମ କରେ। ହସିବା ଦ୍ବାରା ହୃଦୟ ମଧ୍ୟ ସୁସ୍ଥ ରହିଥାଏ।
ମୋଟାମୋଟୀ ଭାବେ ହସ ଶରୀରକୁ ହାଲୁକା ରଖେ। ବିଶେଷ ରୋଗ ସୃଷ୍ଟି କରାଇ ଦିଏନାହିଁ।