ଉଚିତ୍‌ ମାତ୍ରାରେ ଖାଦ୍ୟ ଗ୍ରହଣ କରନ୍ତୁ , ନଚେତ୍‌ ଭୋଗି ପାରନ୍ତି ଏହି କଷ୍ଟ

ଆଜିକାର ଆଧୁନିକ ଜୀବନଶୈଳୀରେ ଅନେକ ଲୋକ ବିଭିନ୍ନ ପ୍ରକାରର ସମସ୍ୟା ଭିତରେ ଗତି କରୁଛନ୍ତି। ଏଥିଭିତରୁ କିଛି ଶାରୀରିକ ଏବଂ ମାନସିକ ସମସ୍ୟା ବି ରହିଛି। ଏଥିରୁ ମୁକ୍ତି ପାଇବା ଲାଗି ସେମାନେ ନାନା କୌଶଳ ଅବଲମ୍ବନ କରିଥାନ୍ତି। କିନ୍ତୁ ଏହାର କାରଣ ଜାଣିବାକୁ ଉଚିତ ମନେ କରନ୍ତି ନାହିଁ। କିନ୍ତୁ ତାହା ଜାଣିବା ଉଚିତ। ସଂପ୍ରତି ଅନେକ ଲୋକ ଖାଇବାକୁ ସମୟ ମିଳୁନାହିଁ ବୋଲି କହନ୍ତି । ସେମାନେ ନା ଠିକ୍‌ ସମୟରେ ଖାଇପାରନ୍ତି ନା ପେଟପୁରା ମନପସନ୍ଦ ଖାଇ ପାରନ୍ତି । କିନ୍ତୁ ଉଚିତ୍‌ ମାତ୍ରାରେ ଖାଦ୍ୟ ଗ୍ରହଣ ନ କରିଲେ ଠିକ୍‌ ଭାବେ ନିଦ ହୁଏ ନା ହିଁ । ଯଦି ଠିକ୍‌ ସମୟରେ ନ । ଖାଆନ୍ତି, ତେବେ ଶରୀରରେ ଗ୍ଲୁକୋଜ୍‌ ବଦଳରେ ଶରୀରରେ ଥିବା ଫ୍ୟାଟ୍‌କୁ ବର୍ଣ୍ଣ କରି ଶକ୍ତି ଦେଇଥାଏ । ଏଥିପାଇଁ ଇନ୍‌ସୁଲିନ୍‌ ସ୍ତର ହ୍ରାସ ପାଇଥାଏ ଓ ରେକିସିନ୍‌ ନାମକ ହରମୋନ୍‌ର ସ୍ରାବ ବଢିଯାଏ । ଏଭଳି ପରିସ୍ଥିତିରେ ଆପଣଙ୍କ ମସ୍ତିଷ୍କ ଶରୀରକୁ ଅଧିକ ଏଡ୍ରୋନାଲାଇନ୍‌ର ସ୍ରାବର ସଙ୍କେତ ଦେଇଥାଏ, ଯାହା ଆପଣଙ୍କ ନିଦ୍ରାକୁ ପ୍ରଭାବିତ କରିଥାଏ । କ୍ରମାଗତଭାବେ ଏଭଳି କରିଲେ, ଆପଣ ଅନିଦ୍ରା, ଭଳି ରୋଗ ଦ୍ୱାରା ପୀଡ଼ିତ ହେବାର ଆଶଙ୍କା ଉପୁଜେ ।

ସମ୍ବନ୍ଧିତ ଖବର